ମଙ୍ଗଳବାର ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦ୍‌ବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆସନ୍ତାକାଲି ଲକ୍‌ଡାଉନ୍‌ ୫.୦ ବା ଅନଲକ୍‌ ୧.୦ ଶେଷ ହେଉଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା ଦେଶବାସୀଙ୍କୁ ସୂଚିତ କରିପାରନ୍ତି ପ୍ରଧାନମନ୍ତ୍ରୀ ।

Unlock 3.0: After 80 days offices open in Mumbai - The News 21 ...

ତେବେ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍‌ କରିଛନ୍ତି । ଦେଶର ସୁରକ୍ଷା ତଥା ଏହି ଆପ୍‌ ବ୍ୟବହାରକାରୀ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଓ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବିପଦ ସୃଷ୍ଟି କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଯାଇଛି । ତେବେ ଏହାକୁ ଚୀନ ବିରୋଧରେ ଏକ କାର୍ଯ୍ୟାନୁଷ୍ଠାନ ବୋଲି ମଧ୍ୟ କିଛି  ଅଭିହିତ କରୁଛନ୍ତି । ଚୀନ-ଭାରତ ମଧ୍ୟ ତିକ୍ତତା ଲାଗି ରହିଥିବା ବେଳେ ଆଗାମୀ ଦିନ ଆଉ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ମଧ୍ୟ ସୂଚିତ କରାଯାଇପାରେ ।

ଚୀନ୍‌କୁ ଶକ୍ତ ଚାପୁଡ଼ା: ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍ କଲେ ସରକାର

 

Leave a Reply