ବେଙ୍ଗଳୁରୁରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ, ଗବେଷଣା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ବେଙ୍ଗଳୁରୁ : ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନ ବେଙ୍ଗଳୁରୁରେ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ଗବେଷଣା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସଂପର୍କରେ ଆଲୋକପାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆବର୍ଷରେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓ ଦଶନ୍ଧି ଆରମ୍ଭରୁ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ବନ୍ଧିତ ରହିଛି । ଏବଂ ସଂଯୋଗ ବସତ ଏ କାର୍ଯ୍ୟକ୍ରମ ବେଙ୍ଗଳୁରୁର ସହରରେ ହିଁ ହେଉଛି ଯାହାର ବିଜ୍ଞାନ ଓ ଉଦ୍ଭାବନ ସହିତ ଖୁବ୍ ଅଧିକ ସଂପର୍କ ରହିଛି ।


ଭାରତର ସ୍ଥାନ ଇନୋଭେସନ୍ ଇନ୍ଡେକ୍ସରେ ୫୨କୁ ଉଠିବା ଏକ ଖୁସି ଖବର ବୋଲି ମୋଦି କହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନା ବୈଷୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିଛି । ଏଥିରେ ବୈଜ୍ଞାନିକଙ୍କ କାର୍ଯ୍ୟକ୍ରମକୁ ମୋଦି ବେଶ୍ ପ୍ରଶଂସା କରିଛନ୍ତି ।
ଭାରତରେ ଥିବା ସର୍ବବୃହତ୍ ସାମୁଦ୍ରିକ ଜଳରାଶି, ଶକ୍ତି, ଖାଦ୍ୟ ଓ ଖଣିଜ ପଦାର୍ଥରେ ଅଧିକ କାର୍ଯ୍ୟର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗଭୀର ସମୁଦ୍ରରେ ଆମର ମହାକାଶ କାର୍ଯ୍ୟକଳାପର ପ୍ରତିଫଳନ ହେବା ଦରକାର ବୋଲି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୋଦି ।

Leave a Reply