ମୟୂରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ପକ୍ଷୀଙ୍କ ସହ କେମିତି ସମୟ ବିତାଉଛନ୍ତି ସେ…

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିକୁ ବହୁତ ଭଲ ପାଆନ୍ତି । ଏହା ସମସ୍ତଙ୍କୁ ଜଣା । ମୋଦି ମଧ୍ୟ ଏ କଥାକୁ ବହୁବାର କହିଛନ୍ତି । ରବିବାର ପିଏମ୍ ମୋଦି ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମୟୂର ସହ ନଜର ଆସିଛନ୍ତି ।

ଭିଡିଓରେ ମୟୂର ସହ ମୋଦିଙ୍କ ପ୍ରତିଟି ମୁହୂର୍ତ୍ତ ବେଶ ଆକର୍ଷଣୀୟ ହୋଇଛି । ଏଥିରେ ମୋଦି, ମୟୂରଙ୍କୁ ନିଜ ହାତରେ ଖୁଆଇବାର ଦୃଶ୍ୟ ମଧ୍ୟ ରହିଛି । ବଳକା ସମୟରେ ବାସଭବନରେ ପ୍ରଧାନମନ୍ତ୍ରୀ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ସେୟାର କରିଥିବା ଭିଡିଓରେ ମୟୂର ସହ ବିଭିନ୍ନ ସମୟରେ ନଜର ଆସିଛନ୍ତି । କେତେବେଳେ ସେ ଜାତୀୟ ପକ୍ଷୀ ମୟୂରକୁ ଖୁଆଉଛନ୍ତି ତ ଆଉ କେବେ ପ୍ରାତଃ ଭ୍ରମଣରେ ଯିବାବେଳେ ମୟୂର ନୃତ୍ୟ କରୁଛି ।

ମୟୂର ସହ ମୋଦିଙ୍କ ଏ ଚିତ୍ର ଦେଖିଲେ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀ ପଶୁପକ୍ଷୀଙ୍କୁ କେତେ ଭଲ ପାଆନ୍ତି । ଏପରିକି ମୋଦି ପୂଜାକାର୍ଯ୍ୟ ସାରି ମୟୂରଙ୍କୁ ଖୁଆଉଥିବା ଦେଖାଯାଉଛି ।  ଅବସର ସମୟରେ ପ୍ରଧାନମନ୍ତ୍ରୀ ପଢ଼ିବା ସହିତ ମୟୂର ସହ ସମୟ ଅତିବାହିତ କରୁଛନ୍ତି ।

ଏଭଳି ଦୃଶ୍ୟ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେୟାର କରିବା ପରେ ଲୋକ ତାରିଫ୍ କରୁଛନ୍ତି । ଏହି ଭିଡିଓଟି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଦିଲ୍ଲୀ, ଲୋକ କଲ୍ୟାଣ ମାର୍ଗର । ୧ ମିନିଟ୍ ୪୭ ସେକେଣ୍ଡର ଭିଡିଓଟିରେ ମୋଦି ବାସଭବନରୁ ଚାଲିଚାଲି ଅଫିସ୍ ଯାଉଥିବା ଦେଖାଯାଉଛି ।

https://www.instagram.com/tv/CEONMDnpjAo/?utm_source=ig_embed

Leave a Reply