କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ! ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

1 min read

ଅହମ୍ମଦାବାଦ: ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ । ଘଟଣାରେ ୮ ଜଣଙ୍କ ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଅହମ୍ମଦାବାଦର ଏକ ଘରୋଇ ହସ୍‌ପିଟାଲରେ । ତେବେ ନିଆଁ ଯାଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ଆଇସିୟୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଫଳରେ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା କିଛି ରୋଗୀ ଗୁରୁତର ହୋଇଛନ୍ତି । ସେହିଭଳି ପ୍ରାୟ ୪୦ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ହଠାତ୍‌ ଏଭଳି ନିଆଁ ଲାଗିଲା କାହିଁକି, ସେନେଇ ତଦନ୍ତ ଚାଲିଛି । କିନ୍ତୁ ଏଯାଏଁ କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଅନ୍ୟପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

MODI TWEET

ଅହମ୍ମଦାବାଦର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ହସ୍ପିଟାଲରେ ୫୦ ଜଣ କରୋନା ରୋଗୀଙ୍କ ଚିକିତ୍ସା ହେଉଥିଲା । କୌଣସି କାରଣ ବସତଃ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା ।

ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରାଯାଇଥିଲା । ହେଲେ ଏହା ସତ୍ତ୍ଵେ ସେମାନେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ହସ୍ପିଟାଲ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍‌ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେମାନଙ୍କୁ ପରିବାରକୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

Leave a Reply