ନୂଆ ଶିକ୍ଷାନୀତି କେବଳ ସର୍କ୍ୟୁଲାର ନୁହେଁ,ଏହା ଦେଶର ନିଅଁ : ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ନୂଆ ଜାତୀୟ ଶିକ୍ଷାନୀତି ଉପରେ ନିଜ ମତ ରଖିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସଭାକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସର୍କ୍ୟୁଲାର ନୁହେଁ ,ଏହା ହେଉଛି ଦେଶର ମୁଳଦୁଆ ।  ତିନି ଚାରି ବର୍ଷର ବିଚାର ମନ୍ଥନ ପରେ ନୂଆ ଶିକ୍ଷାନୀତିକୁ ଅଣା ଯାଇଛି । ଆଜି ସବୁ ବିଚାରଧାରାର ଲୋକ ଏହାକୁ ନେଇ ଆଲୋଚନା କରୁଛନ୍ତି  । ଆଜି କେହି ମଧ୍ୟ ଏହାକୁ ବିରୋଧ କରୁନାହାନ୍ତି କାରଣ ଏଥିରେ କିଛି ମଧ୍ୟ ଏକତରଫା ନାହିଁ । ଏବେ ଲୋକ ଭାବୁଛନ୍ତି ଯେ,ଏତେବଡ ସୁଧାରକୁ କେମିତି ଲାଗୁ କରାଯିବ ?

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁଧାରକୁ ତୃଣମୁଳ ସ୍ତରରେ ଲାଗୁ କରିବା ପାଇଁ ଯାହା କରିବା ଆବଶ୍ୟକ ତାକୁ କରାଯିବ । ପିଏମ୍ କହିଛନ୍ତି ଯେ, ଆପଣଙ୍କୁ ଏଥିପାଇଁ ଯାହା ସବୁ ସାହାଯ୍ୟ ଆବଶ୍ୟକ ତାହା କରିବାକୁ ମୁଁ ଆପଣଙ୍କ ସହ ରହିଛି ।  ଦେଶର ଲକ୍ଷ୍ୟକୁ ଧ୍ୟାନରେ ରଖି ନୂତନ ଶିକ୍ଷନୀତି ପ୍ରଣୟନ କରାଯାଇଛି । ଯେମିତିକି ଭବିଷ୍ୟତର ପୀଢିକୁ ପ୍ରସ୍ତୁତ କରାଯିବ । ଏହି ନୀତି ନୂଆ ଭାରତର ମୁଳଦୂଆ ରଖିବ ।  ଭାରତକୁ ଶକ୍ତିଶାଳୀ କରିବା ପାଇଁ ଏହାର ନାଗରିକଙ୍କ ଶସକ୍ତିକରଣ ଲାଗି ଉତ୍ତମ ଶିକ୍ଷାନୀତିର ଆବଶ୍ୟକତା ରହିଛି ।

ଥର ମିଳିବ ସୃଜନାତ୍ମକ ଶିକ୍ଷା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ଆଜି ଯେତେବେଳେ ନର୍ସରି ପିଲା ନୂଆ ଟେକନିକ୍ ବାବଦରେ ପଢିବ ସେତେବେଳେ ଭବିଷ୍ୟର ପ୍ରସ୍ତୁତି ସହଜ ହେବ ।  ଅନେକ ବର୍ଷ ଧରି ଶିକ୍ଷାନୀତିରେ ପରିବର୍ତ୍ତନ ହୋଇନଥିଲା ତେଣୁ ସମାଜରେ ମେଣ୍ଢାଚାଲି(ଅନୂସରଣ)କୁ ପ୍ରୋତ୍ସାହନା ମିଳିଥିଲା ।  କେବେ ଡାକ୍ତର,ଇଂଜିନିୟର ହେବା ପାଇଁ ପ୍ରତିଯୋଗିତା ହେଉଥିଲା ।ଏବେ ପିଲା କ୍ରିଏଟିଭ୍ ବିଚାରକୁ ଆଗକୁ ବଢାଇବେ । ଏବେ କେବଳ ପାଠପଢା ନୁହେଁ ୱାର୍କିଂ କଲଚର ମଧ୍ୟ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମାତୃଭାଷା ଉପରେ ଗୁରୁତ୍ୱ

ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବାର କାରଣ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ,ଏବେ ପିଲା ଘରେ ଯେଉଁ ଭାଷାରେ କଥା ହୁଅନ୍ତି ସେହି ଭାଷାରେ ଶିକ୍ଷାଲାଭ କରିବେ । ଯେମିତିକି ପିଲାଙ୍କ ପକ୍ଷରେ ଶିକ୍ଷାଲାଭ ସହଜ ହୋଇପାରିବ । ଏବେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ । ଏପର୍ଯ୍ୟନ୍ତ ଶିକ୍ଷାନୀତି ୱାଟ୍ ଟୁ ଥିଙ୍କ୍ ଉପରେ ଆଧାରିତ ଥିଲା । ଏବେ ଆମେ ହାଓ ଟୁ ଥିଙ୍କ୍ ଉପରେ ଜୋର ଦେବୁ ।  ଆଜି ପିଲାଙ୍କୁ ଏହି ମୌକା ମିଳିବା ଆବଶ୍ୟକ ଯେ,ସେମାନେ ନିଜ କୋର୍ସ ଉପରେ ଫୋକସ କରିପାରିବେ ।  ଗୋଟିଏ କୋର୍ସରେ ଯଦି ମନ ନଲାଗେ ତେବେ ସେମାନେ କେବେ ମଧ୍ୟ ସେହି କୋର୍ସରୁ ବାହାରି ପାରିବେ ଓ ନୂଆ କୋର୍ସ ନେଇ ପାରିବେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ସମୟରେ ଜଣେ ବ୍ୟକ୍ତି ଗୋଟିଏ ପ୍ରଫେସନରେ ରହିନଥାନ୍ତି ।  ଏମିତିରେ ତାଙ୍କୁ କ୍ରମାଗତ ଭାବେ କିଛି ନୂଆ ଶିଖିବାର ଅବସର ମିଳିବା ଆବଶ୍ୟକତା ରହିଛି ।  ଦେଶରେ ଛୋ଼ଟ ବଡର ହୀନ ଭାବନା କାହିଁକି ଉତ୍ପନ ହେଲା  । ଆଜି ପିଲିଙ୍କ ପକ୍ଷରେ ଦେଶର ବାସ୍ତବିକତା ଜାଣିବାର ସମୟ ଆସିଥି । ସେମାନଙ୍କୁ ବାସ୍ତବିକତା ଜାଣିବା ପାଇଁ ସୁଯୋଗ ମିଳିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ Conclave on Transformational Reforms in Higher Education under National Education Policy କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।

 

Leave a Reply