Corona: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଙ୍ଗଳବାର ପିଏମ୍ ମୋଦିଙ୍କ ବୈଠକ, ଭ୍ୟାକ୍ସିନ୍ ଉପରେ ହୋଇପାରେ ଆଲୋଚନା

1 min read
PM Modi May Hold Meeting With States To

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଛି । ଏହାକୁ ନଜରରେ ରଖି ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଏହି ବୈଠକ ପୂର୍ବଭଳି ଭିଡିଓ କନଫରେନ୍ସିଂ ଯୋଗେ ହେବ । ସକାଳ ପ୍ରାୟ ୧୦ଟାରେ ବୈଠକ ଆରମ୍ଭ ହେବ । ବୈଠକରେ କରୋନା ଭ୍ୟାକ୍ସିନ୍ ବିତରଣ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ ।

PM Modi May Hold Meeting With States To

କେତେକ ସହରରେ କର୍ଫ୍ୟୁ

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତିର ସମୀକ୍ଷା ରାଜ୍ୟମାନଙ୍କ ସହ ବୈଠକ କରି କରିସାରିଛନ୍ତି । ଦେଶରେ କରୋନା ସଂକ୍ରମଣ ମାମଲା ଗତ କିଛିଦିନ ଧରି ହ୍ରାସ ପାଇଥିବା ବେଳେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହୁଛି । ଅନ୍ୟପଟେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ମାମଲା ପୁଣି ବଢ଼ିଥିବା ବେଳେ କିଛି ସହରରେ ଲଗାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ ।

PM Modi May Hold Meeting With States To

ଭାରତରେ ୫ଟି ଭ୍ୟାକ୍ସିନ୍ ପ୍ରସ୍ତୁତି

କରୋନା ଭ୍ୟାକ୍ସିନ୍ ନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଭ୍ୟାକ୍ସିନର ସଠିକ୍ ବିତରଣ ବ୍ୟବସ୍ଥା ଲାଗି ଉଦ୍ୟମ ପ୍ରସ୍ତୁତି ଚାଲିଛି । ଏବେ ଭାରତରେ ୫ଟି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ଚାଲିଛି । ୫ଟିରୁ ୪ଟି ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଯେତେବେଳେ କି ଗୋଟିଏ ଭ୍ୟାକ୍ସିନ୍ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରେ ରହିଛି ।

PM Modi May Hold Meeting With States To

ଦେଶରେ କରୋନା ସ୍ଥିତି

ଏଯାବତ୍ ଦେଶରେ କରୋନା ସଂକ୍ରମଣ ମାମଲା ୯୧ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିର କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୪୯୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ଆମେରିକା ପରେ ଦ୍ୱିତୀୟରେ ଭାରତ ରହିଛି । ମୃତ୍ୟୁ ସଂଖ୍ୟାରେ ଦୁନିଆରେ ଭାରତ ୫ ନମ୍ବର ସ୍ଥାନ ରହିଛି ।May Hold Meeting Wit

Leave a Reply