ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

1 min read

ଭୁବନେଶ୍ୱର: ଓଡ଼ିଶାର ୪ ଜିଲ୍ଲାରେ କେତେ କ୍ଷୟକ୍ଷତି ଘଟାଇଛି ଅମ୍ଫାନ । ଉଦ୍ଧାର କାର୍ଯ୍ୟର ସମୀକ୍ଷା ସହ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ପିଏମ୍ ମୋଦିଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବନ୍ଦରରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯାଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିପାରନ୍ତି । ଏୟାରପୋର୍ଟରେ ସ୍ୱତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ୍ ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ, ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

FILE PHOTO

ଅନ୍ୟପଟେ ବାତ୍ୟା ଅମ୍ଫାନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୋଦି ଆସନ୍ତୁ ବୋଲି କହିଛନ୍ତି । ବୁଧବାର ସାମୁଦ୍ରିକ ଝଡ଼ ଅମ୍ଫାନ ଓଡ଼ିଶା ଉପକୂଳ ଦେଇ ଯିବାବେଳେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିଲା । ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କ୍ଷୟକ୍ଷତି ନେଇ ରାଜ୍ୟ ସରକାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟର ୮୯ଟି ବ୍ଲକର ୧୫ ଶହ ପଞ୍ଚାୟତ ଓ ୬ ହଜାର ୭୪୫ ଗାଁ କ୍ଷତିଗ୍ରସ୍ତ ହୋଇଛି । ୩ ହଜାର ୨୨୮ଟି ଆଶ୍ରୟସ୍ଥଳୀକୁ ୨ ଲକ୍ଷ ୪ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲ । ୧ ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

Leave a Reply