ସାମାଜିକ ଦୂରତା ବଢ଼ାନ୍ତୁ, ଭାବ ପ୍ରବଣତା କମାନ୍ତୁ: ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଗମ୍ଭୀରତା ଓ ଦୁନିଆର ବିକଶିତ ଦେଶର ଅବସ୍ଥାକୁ ଦେଖି ସରକାର ରିସ୍କ୍ ନେଇ ଲକଡାଉନ୍ ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ‘ମନ୍ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଲକଡାଉନ ଯୋଗୁଁ ଲୋକେ ବିଭିନ୍ନ ଅସୁବିଧାର ସାମନା କରୁଛନ୍ତି । କିନ୍ତୁ, ବିକଶିତ ଦେଶ ଗୁଡ଼ିକର ପରିସ୍ଥିତି ଦେଖି ଏଭଳି କଡ଼ା ନିଷ୍ପତ୍ତି ଆବଶ୍ୟକ ଥିଲା ।

ଦୁନିଆର ସ୍ଥିତି ଦେଖି ଲାଗିଲା ଆପଣଙ୍କ ପରିବାରକୁ ବଞ୍ଚାଇବା ପାଇଁ ଏହା ହିଁ (ଲକଡାଉନ୍) ଏକମାତ୍ର ରାସ୍ତା । ଲକଡାଉନ ପରେ ଦେଶର ବିଭିନ୍ନ ସ୍ଥାନର ଚିତ୍ର ଦେଖି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଦାଦନ ଶ୍ରମିକ ମାନେ ସହର ଛାଡ଼ି ଚାଲି ଚାଲି ଗାଁକୁ ଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ ବ୍ୟଥିତ କରିଛି । ଲୋକ ହଜାର ହଜାର କିଲୋମିଟର ଦୂରତା କୌଣସି ସହାୟତା ବିନା ଛୋଟ ଛୁଆଙ୍କୁ କୋଳରେ ନେଇ ତାଲି ଚାଲି ଯାଉଛନ୍ତି । ଏହା ବହୁତ ସମ୍ବେଦନଶୀଳ ।

ଜୀବନ-ମୃତ୍ୟୁର ଲଢ଼େଇ

କରୋନା ଠାରୁ ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ଆଉ କୌଣସି ରାସ୍ତା ନଥିଲା । ମୁଁ ଆପଣମାନଙ୍କ ଦୁଃଖ ବୁଝୁଛି । କରୋନା ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ଲକ୍ ଡାଉନ୍ ବ୍ୟତୀତ ଆଉ କିଛି ରାସ୍ତା ନାହିଁ । କରୋନା ବିରୋଧରେ ଲଢ଼େଇ, ଜୀବନ-ମୃତ୍ୟୁ ସହ ସଂଘର୍ଷ ଅଟେ । ଏବଂ ଯୁଦ୍ଧରେ ଆମକୁ ହିଁ ଜିତିବାକୁ ହେବ । ରୋଗ ଆରମ୍ଭରୁ ତାକୁ ଚିକିତ୍ସା କରିବାକୁ ହେବ ନହେଲେ ପରେ ଚିକିତ୍ସା ଅସମ୍ଭବ ।

ଭାବ ପ୍ରବଣତା ନୁହେଁ, ସାମାଜିକ ଦୂରତା ରଖନ୍ତୁ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କିଛି ଲୋକ କରୋନା ସନ୍ଦିଗ୍ଧଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଭାବ ପ୍ରବଣତା ନୁହେଁ, ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ । ଆପଣଙ୍କୁ ବଞ୍ଚାଇବା ଲାଗି ଲୋକ କ୍ୱାରେଣ୍ଟାଇନରେ ରହୁଛନ୍ତି । ସେଥିପାଇଁ ସେମାନଙ୍କୁ ସହଯୋଗ କରିବା ହେଉଛି ଆମର କର୍ତ୍ତବ୍ୟ । କରୋନା ଠାରୁ ମୁକ୍ତିର ବାଟ ହେଉଛି ସାମଜିକ ଦୂରତ୍ୱ । ତାମାନେ ନୁହେଁ ଆପଣ ସାମାଜିକ କଥାବାର୍ତ୍ତ ଓ ସମ୍ପର୍କକୁ ଖରାପ କରିବେ ବୋଲି ‘ମନ୍ କି ବାତ୍’ରେ ସନ୍ଦେଶ ଦେଇଛନ୍ତି ।

https://www.facebook.com/nandighoshatv/videos/223740245365229

Leave a Reply