ଲାଲକିଲ୍ଲାରେ ମୋଦିଙ୍କ ଘୋଷଣା: ନୂତନ ସାଇବର ସୁରକ୍ଷା ସହ ପ୍ରତି ଗାଁକୁ ଅପ୍ଟିକାଲ ଫାଇବର ସୁବିଧା

1 min read

ନୂଆଦିଲ୍ଲୀ: ଆଜି ୭୪ତମ ସ୍ୱାଧିନତା ଦିବସ । କଟକଣା ଭିତରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲାଲକିଲ୍ଲାଠାରୁ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ପୋଲିସ୍ । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଘଟେ ସେଥିପାଇଁ କଡା ନଜର ରଖାଯାଇଛି । ଗାଡି ମଟର ଯାଞ୍ଚ ସହ ଅଞ୍ଚଳର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଲାଲକିଲ୍ଲାରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ନୂତନ ସାଇବର ସୁରକ୍ଷା ନୀତି ଆଣିବା ନେଇ ଯୋଜନା ଚଲାଇଛନ୍ତି । ଆଜିକାଲି ସାଇବର ଦୁନିଆରେ ଅନେକ ବାଧାବ ରହିଛି, ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଗଠନ ତଥା ଆଧୁନିକ ଭାରତ ନିର୍ମାଣରେ, ଦେଶର ଶିକ୍ଷାର ମହତ୍ତ୍ୱ ରହିଛି। ଏଥିପାଇଁ ଦେଶ ଏକ ନୂତନ ଶିକ୍ଷା ନୀତି ପାଇବା ସହିତ ଡିଜିଟାଲ ଭାରତ ଦିଗରେ ଉନ୍ନତ ହେବା ପାଇଁ ପଦକ୍ଷେପ ନିଆଯାଇଛି। କାରଣ ଏହି କରୋନା ଭୂତାଣୁ ସଙ୍କଟ ସମୟରେ ଡିଜିଟାଲ ପ୍ଲାଟଫର୍ମର ଭୂମିକା କ’ଣ ରହିଛି ତାହା ସମସ୍ତେ ଜାଣିଛନ୍ତି । ଗତ ମାସରେ କେବଳ BHIM  ଓ UPI ରୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା କାରବାର ହୋଇଛି । ୨୦୧୪ ମସିହା ପୂର୍ବରୁ ଦେଶରେ କେବଳ ୬୦ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ଥିଲା । ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧.୫ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି।

10 points of modi

ଆଗାମୀ ହଜାର ଦିନ ମଧ୍ୟରେ ଦେଶର ପ୍ରତି ଗାଁକୁ ଅପ୍ଟିକାଲ ଫାଇବର ସୁବିଧା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହା ଦ୍ୱାରା ଭାରତ ସତର୍କ ହେବ ଏବଂ ସବୁ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ମଧ୍ୟ ରହିବ । ନୂତନ ବ୍ୟବସ୍ଥାର ବିକାଶ ପାଇଁ ପ୍ରସ୍ତୁତି ଜାରି ରହିଛି ।  ଏଥିପାଇଁ ଦେଶରେ ନୂତନ ଜାତୀୟ ସାଇବର ସୁରକ୍ଷା ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି।

Leave a Reply