କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ମନ୍ତ୍ର: ସ୍ଥାନୀୟ କଂପାନୀଙ୍କ ପ୍ରଡକ୍ଟ ବ୍ୟବହାର କରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ୪.୦ ଘୋଷଣା ପୂର୍ବରୁ ଆର୍ଥିକ ପ୍ୟାକେଜ୍ କଥା ଘୋଷଣା କରିଛନ୍ତି । ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ଲୋକାଲ ସପ୍ଲାଏ ଚେନ୍‌ର ମହତ୍ୱ କଥା ବର୍ଣ୍ଣନା କରିଛନ୍ତି । ଲୋକାଲ ସପ୍ଲାଏ ଚେନ୍ ଓ ଲୋକାଲ ବ୍ରାଣ୍ଡ୍ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା କରୋନା ସଂକଟ ଆମକୁ ଜଣାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲୋକାଲକୁ ଆମକୁ ଜୀବନ ମନ୍ତ୍ର ବନାଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲୋକାଲ ବ୍ରାଣ୍ଡକୁ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆପଣଙ୍କୁ ଆଜି ଯାହା ଗ୍ଲୋବାଲ ବ୍ରାଣ୍ଡ୍ ଲାଗୁଛି ତାହା ଦିନେ ଲୋକାଲ ବ୍ରାଣ୍ଡ୍ ଥିଲା କିନ୍ତୁ ଯେତେବେଳେ ସେଠାକାର ଲୋକ ସେହି ବ୍ରାଣ୍ଡର ପ୍ରଚାର କଲେ ସେତେବେଳେ ସେହି ପ୍ରଡକ୍ଟ ଲୋକାଲରୁ ଗ୍ଲୋବାଲ ବନିଗଲା । ତେଣୁ ଭାରତବାସୀଙ୍କୁ ଏବେ ଲୋକାଲ ପାଇଁ ଭୋକାଲ ବନିବାକୁ ପଡ଼ିବ ।

କରୋନା କାରଣରୁ ଭାରତୀୟ କଂପାନୀଗୁଡିକ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ଲୋକାଲ ବା ସ୍ଥାନୀୟ କଂପାନୀଙ୍କ ପାଇଁ କହିବା ବେସ୍‌ ମହତ୍ୱ ରଖେ । ଏମିତି କହି ଭାରତୀୟ କଂପାନୀଙ୍କୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରୋତ୍ସାହନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply