ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ

ନୂଆଦିଲ୍ଲୀ  : ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ଖୁବ୍‌ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା । ଅନୁଷ୍କା ଶର୍ମା, କରୀନା କପୁର, କପିଲ ଶର୍ମା ପ୍ରମୁଖ ଅନେକ ସେଲିବ୍ରିଟିଙ୍କ ପରେ ଏବେ ଶ୍ରେୟା ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି ।

ଶ୍ରେୟା ଗୁରୁବାର ସକାଳେ ଟ୍ଵିଟ୍‌ କରି ଲେଖିଛନ୍ତି, ବେବି ଶ୍ରେୟାଦିତ୍ୟ ଆସୁଛି । ଏଥିପାଇଁ ମୋ ସ୍ୱାମୀ ଓ ମୁଁ ଖୁବ୍‌ ଏକ୍ସାଇଟେଡ୍‌ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ କାମନା କରୁଛି । ସୂଚନାଯୋଗ୍ୟ ଯେ ଶ୍ରେୟା ୨୦୧୫ରେ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ ।

ଲକ୍‌ଡାଉନ୍‌ ବେଳେ ଶ୍ରେୟାଙ୍କ ଗୀତ ଅଙ୍ଗଦା ମୋରେ ରିଲିଜ୍‌ ହୋଇଥିଲା । ଶ୍ରେୟା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ବୋର୍‌ ହେଉଥିବା ବେଳେ ଏହି ଗୀତ କରିବାକୁ ଭାବିଥିଲେ । ସେ କହିଥିଲେ, ମହାମାରୀ ସମସ୍ତଙ୍କ ପାଇଁ ଡିପ୍ରେସନ୍‌ର କାରଣ ପାଲଟିଛି । ଲକ୍‌ଡାଉନ୍‌ ଯୋଗୁ ସେ ପରିବାର ସହ ସମୟ କାଟିଥିଲେ ।

Leave a Reply