ପ୍ଲାଟଫର୍ମରେ ଅଟକିବ କରୋନା, ଟିକେଟ ଦର ପାଞ୍ଚ ଗୁଣା ବୃଦ୍ଧି

1 min read

ଭୁବନେଶ୍ବର: କୋଭିଡ-୧୯ର ଗହଳି କମିନଥିବା ବେଳେ ଏବେ ମଧ୍ୟ ଭିଡ ଲାଗି ରହିଛି । ପ୍ରତିକାରକ ପାଇଁ କୈଣସି ଟିକା ଏବେ ମଧ୍ୟ ବଜାରକୁ ଆସିପାରି ନାହିଁ । ସେପଟେ ଷ୍ଟେସନରେ କରୋନା ସଂକ୍ରମଣ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର । ଅଯଥା ଭିଡ କମାଇବାକୁ ରେଳ ବିଭାଗ ଆପଣାଇଛି ଏହି ପ୍ରୟାସ । ପ୍ଲାଟଫର୍ମ ଟିକେଟ ମୂଲ୍ୟରେ ୫ଗୁଣା ବୃଦ୍ଧି ହୋଇଥିବାବେଳେ ଅନେକ ଷ୍ଟେସନରେ ଟିକେଟ କାଉଣ୍ଟର ବି ବନ୍ଦ ।

କରୋନା କଟକଣା କୋହଳ ପରେ ବି ସ୍ଥିତିରେ ପରିବର୍ତ୍ତନ ହୋଇନି । କଟକଣା ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ହେଲେ ଷ୍ଟେସନରେ ଯାତ୍ରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସୃଷ୍ଟି ହେଉଛି ସମସ୍ୟା । ଏହାକୁ ଚେକ ଦେବାକୁ ପ୍ଲାଟଫର୍ମ ଟିକେଟକୁ ୧୦ଟଙ୍କାରୁ ୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେପଟେ ଦୀର୍ଘ ଦିନ ଧରି ଭୂବନେଶ୍ବରରେ ୬ ନମ୍ବର ପ୍ଲାଟଫର୍ମକୁ ତାଲା ପକାଯାଇଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍ ପ୍ଲାଟଫର୍ମ ଟିକେଟ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି ।

ପ୍ଲାଟଫର୍ମକୁ କେବଳ ଯାତ୍ରୀଙ୍କ ପ୍ରବେଶକୁ ଅନୁମତି ଥିବା ବେଳେ ସମ୍ପର୍କୀୟଙ୍କୁ ବାରଣ କରାଯାଉଛି । ଏଥିପାଇଁ ବହୁ ସମସ୍ୟା ହେଉଥିବା କହିଛନ୍ତି ଯାତ୍ରୀ ଓ ତାଙ୍କ ସମ୍ପର୍କୀୟ । କେବଳ ଭୂବନେଶ୍ବର ନୁହେଁ ବରଂ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ପ୍ଲାଟଫର୍ମ ଟିକେଟ କାଉଣ୍ଟରକୁ ବନ୍ଦ ରଖାଯାଇଛି । ଟିକେଟ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ତେବେ ଏସବୁ ପଦକ୍ଷେପ ସାମୟିକ, ସଂକ୍ରମଣକୁ ଚେକ୍ ଦେବାକୁ ଏହିସବୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଖୋର୍ଦ୍ଧା ରୋଡ ଏଡିଆରଏମ୍ ।

OLYMPUS DIGITAL CAMERA

ସମଗ୍ର ଦେଶରେ କଟକଣା ପ୍ରତ୍ୟାହାର ହୋଇଛି । ସ୍ଥିତି ସାମାନ୍ୟ ହେବାକୁ କଟକଣାରେ ସାମାନ୍ୟ ବ୍ରେକ ଲଗାଯାଇଥିଲା । ଭିଡ କମାଇବାକୁ ହେଉ ଅଥବା ସଂକ୍ରମଣକୁ ରୋକିବା ପାଇଁ ହେଉ ପ୍ଲାଟଫର୍ମ ଟିକେଟରେ ୫ଗୁଣା ବୃଦ୍ଧି ଘଟିଛି । କିନ୍ତୁ ଏହି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଯାତ୍ରୀ ।

Leave a Reply