ବଢ଼ିଲା ରେଲଓ୍ୱେ ପ୍ଳାଟଫର୍ମ ଟିକେଟ୍ ଦର

1 min read

ଭୁବନେଶ୍ୱର: ବଢ଼ିଲା ରେଲଓ୍ବେ ପ୍ଲାଟ୍‌ଫର୍ମ ଟିକେଟ ଦର । ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଛି । ଆଗରୁ ପ୍ଲାଟଫର୍ମ ଟିକେଟ ପାଇଁ ୧୦ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ୩୦ଟଙ୍କା ଦେବାକୁ ପଡ଼ିବ । କରୋନା ପାଇଁ ପ୍ରାୟ ବର୍ଷେ ହେବ ପ୍ଲାଟଫର୍ମ ଟିକେଟ ସେବା ବନ୍ଦ ରଖାଯାଇଥିଲା । ପ୍ଲାଟଫର୍ମରେ ଅଯଥା ଭିଡ଼ କମାଇବା ପାଇଁ ଏପରି କରାଯାଇଥିଲା । ହେଲେ ଗତକାଲି ମଧ୍ୟରାତ୍ରିରୁ ପୁଣି ଏହି ସେବା ଆରମ୍ଭ ହୋଇଛି । ଟିକେଟ ଦାମ ୩ ଗୁଣା ବଢ଼ାଇବା ସହ ଦିଲ୍ଲୀ ଷ୍ଟେସନ ସମେତ ବିଭିନ୍ନ  ରାଜ୍ୟରେ ପ୍ଲାଟଫର୍ମକୁ ଯିବାକୁ ବାହାର ଲୋକଙ୍କୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଥିବା ବେଳେ ମୁମ୍ବାଇରେ ୫ଗୁଣା ବଢ଼ିଛି ପ୍ଲାଟଫର୍ମ ଟିକେଟ୍‌ର ଦାମ । ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ମୁମ୍ବାଇ ମେଟ୍ରୋ ପଲିଟାନ ରିଜନ ଅଧୀନରେ ଥିବା କିଛି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଦର ବଢ଼ାଇ ଦିଆଯାଇଛି । ଛତ୍ରପତି ଶିବାଜୀ ଷ୍ଟେସନ ସମେତ, ଦାଦର ଓ ଲୋକମାନ୍ୟ ତିଲକରେ ପୂର୍ବରୁ ୧୦ଟଙ୍କାରେ ପ୍ଲାଟଫର୍ମ ଟିକେଟ ମିଳୁଥିବା ବେଳେ ଏବେ ଏହାକୁ ୫୦ଟଙ୍କା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତ

Leave a Reply