ଏୟାର ଇଣ୍ଡିଆରେ ଥିଲେ ୧୦ଜଣ ନବଜାତ !

କେରଳ: କେରଳ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ୧୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି  । ୧୨୩ ଜଣ ଆହତ ହୋଇଛନ୍ତି  । ଦୁଘର୍ଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି  । ବିମାନରେ ସମୁଦାୟ ୧୮୪ ଜଣ ଯାତ୍ରୀ, ୬ ଜଣ କ୍ରିୟୁ ମେମ୍ବର ଓ ଦୁଇ ଜଣ ପାଇଲଟ୍ ରହିଥିଲେ  । ୪ କ୍ରିୟୁ ମେମ୍ବର ସୁରକ୍ଷିତ ଅଛନ୍ତି ।  ଯାତ୍ରୀମାନଙ୍କ ମଧ୍ୟରେ ୧୦ ଶିଶୁ ରହିଥିଲେ  ।

ସେପଟେ ବିମାନରେ ଥିବା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ହେଲପଲାଇନ ଜାରି କରାଯାଇଛି । ବନ୍ଦେ ଭାରତ ଅଭିଯାନ ମାଧ୍ୟମରେ ଦୁବାଇରେ କରୋନା ଯୋଗୁ ଫସି ରହିଥିବା ଯାତ୍ରୀଙ୍କୁ ନେଇ ଏଆର ଇଣ୍ଡିଆର ବୋଇିଂ ୭୩୭ ବିମାନଟି ଶୁକ୍ରବାର କେରଳର କୋଝିକୋଡ୍ ଆସିଥିଲା  । ତେବେ  ସଂଧ୍ୟା ୭ଟା ୪୫ ମିନିଟ୍ ବେଳେ ବିମାନଟି ଲ୍ୟାଣ୍ଡିଂ କରୁଥିବା ବେଳେ ରନୱେରେ ସ୍କିଡ୍ କରି ବିମାନବନ୍ଦର ୱାଲରେ ପିଟି ହୋଇଯାଇଥିଲା  ।

ଫଳରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା  । ଅତ୍ୟଧିକ ବର୍ଷା କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି  । ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ କ୍ୟାପଟେନ୍ ଦୀପକ ବସନ୍ତ ସାଠେ ବୋଲି ଜଣା ପଡିଛି  ।

ଦୁର୍ଘଟଣା ଘଟିବା ପରେ କେରଳ ମୁଖ୍ୟମନ୍ତ୍ରୀ ପାନାରଏ ବିଜୟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ  । ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି  । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ , ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।

Leave a Reply