ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର

1 min read

କଟକ: ଗରିବ, ଅଭାବୀ ଲୋକଙ୍କ ପାଇଁ Piece of cloth, lots of warmth ( ଖଣ୍ଡିଏ କପଡ଼ା, ଢେର ସାର ଉଷ୍ମତା) ନାଁରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ସେ ଗରିବ, ଅଭାବୀ ଲୋକଙ୍କ ପାଇଁ ବିଭିନ୍ନ ଇଚ୍ଛୁକ ଲୋକଙ୍କ ଠାରୁ ପୁରୁଣା ବସ୍ତ୍ର ସଂଗ୍ରହ କରିଛନ୍ତି । ସ୍ୱେଚ୍ଛାକୃତଭାବେ ଗରିବଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଟକରେ ୨ଟି ସ୍ଥାନ ଚିହ୍ନଟ ହୋଇଥିଲା । ଯେଉଁଠିକୁ ଲୋକେ ଆସି କପଡ଼ା ରଖିବା ପାଇଁ ଉଦ୍ଧିଷ୍ଟ ବାକ୍ସରେ ଲୁଗାପଟା ରଖିଥିଲେ । ଯାହାକୁ ନିଜେ ବର୍ଷା ନିଜ ଟିମ୍ ସହ ମିଶି ସଂଗ୍ରହ କରିଥିଲେ । ଏବଂ ଲୁଗାପଟା ଦାନ କରିଥିବା କିଛି ବଦାନ୍ୟ ବ୍ୟକ୍ତିଙ୍କୁ ମିଶିବା ସହ ଧନ୍ୟବାଦ ଜଣାଇଥିଲେ ଅଭିନେତ୍ରୀ ।

Image

ଏଭଳି ଅନେକ ଗରୀବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ପିନ୍ଧିବାକୁ ଭଲ ଲୁଗାପଟା ନାହିଁ । ଅବା ମାତ୍ର ହଳେ କପଡ଼ାରେ ଚଳିବାକୁ ପଡ଼ୁଛି । ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ଆଗକୁ ପାରଦ ଆହୁରି ଅଧିକ ତଳକୁ ଖସିବାର ସମ୍ଭାବନା ରହିଛି । ଏଣୁ ଗରିବ ଅଭାବୀ ଲୋକଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପାରେ ଯାହାକୁ ହୃଦୟଙ୍ଗମ କରିପାରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଣୁ ଓଲିଉଡର ଆାଗଧାଡ଼ିର ଏହି ସେଲିବ୍ରିଟି ଜଣଙ୍କ ଏବେ ସାମାଜିକ କର୍ମୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏବଂ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଇଚ୍ଛୁକ ଲୋକଙ୍କ ଠାରୁ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ସଂଗ୍ରହ କରିଛନ୍ତି । ଏ ସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଯାହାକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଉଛି ।

Image

Leave a Reply