ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା, ୯ ଦିନ ପରେ ବି ସୀମାଞ୍ଚଳ ନିଖୋଜ

Petrol Pump Blast Case, Parents Blood Sample Collected For DNA Test Of Missing Simanchal

ଭୁବନେଶ୍ୱର: ରାଜଧାନୀରେ ରାଜଭବନ ପେଟ୍ରୋଲ ପମ୍ପ ଟ୍ରାଜେଡି ପରେ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବାପା ଓ ମା’ଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ କରାଯାଇଛି ରକ୍ତ ନମୁନା । ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ଭାବେ ଶବ ସତ୍କାର କରିଥିଲେ ପରିବାର ।

Petrol Pump Blast Case, Parents Blood Sample Collected For DNA Test Of Missing Simanchal

ଡିଏନ୍‌ଏ ଟେଷ୍ଟ ଖୋଲିବ ରହସ୍ୟ । ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବାପା ଓ ମା’ଙ୍କ ହେଲା ରକ୍ତ ନମୁନା ସଂଗ୍ରହ । ଉଠିବ ପରଦା । ଜଣାପଡ଼ିବ ମିଳିଥିବା ମାଂସଖଣ୍ଡ ସୀମାଞ୍ଚଳଙ୍କର କି ନୁହେଁ । ପେଟ୍ରୋଲ ପମ୍ପ ଟ୍ରାଜେଡିପ ୯ ଦିନ ପରେ ଡିଏନ୍‌ଏ ଟେଷ୍ଟ ପାଇଁ ଭୁବନେଶ୍ୱର ଡାକିଥିଲା କମିଶନ୍‌ରେଟ୍‌ ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ସଂଗ୍ରହ ପରେ ଡିଏନଏ ଟେଷ୍ଟ ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବ୍‌କୁ ପୋଲିସ ପଠାଇଛି । ମିଳିଥିବା ମାଂସଖଣ୍ଡ ଓ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କ ଡିଏନ୍‌ଏ ତାଳମେଳ କରାଯିବା ପରେ ସ୍ପଷ୍ଟ ହେବ ତାହା ସୀମାଞ୍ଚଳଙ୍କର କି ନୁହେଁ । ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ାଙ୍କ ସମ୍ପର୍କରେ ଏଯାଁଏ କୌଣସି ସଠିକ୍ ସୂଚନା ମିଳିନାହିଁ । ସେ ମୃତ ନା ଜୀବିତ ତାହା ସ୍ପଷ୍ଟ କରିବାକୁ ତାଙ୍କ ବାପା ଓ ମାଆ ଦାବି କରିଛନ୍ତି । କ୍ଷତି ପୂରଣ ଦାବି କରିବା ସହ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

Petrol Pump Blast Case, Parents Blood Sample Collected For DNA Test Of Missing Simanchal

ସେପଟେ କମିଶନରେଟ ପୋଲିସକୁ ମାଂସଖଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିଛି କ୍ୟାପିଟାଲ ହସ୍ପିଟାଲ । ୨୧ଖଣ୍ଡ ମାଂସଖଣ୍ଡର ରିପୋର୍ଟ ଦେଇଛନ୍ତି ଡାକ୍ତର । ସେଥିରେ ମାଂସ, ହାଡ଼, ଆଙ୍ଗୁଠି, ଦାନ୍ତ ଥିବା ଜଣା ପଡ଼ିଛି । ରିପୋର୍ଟ ଆଧାରରେ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଇଛି । ଏ ଦିଗରେ ରାଜ୍ୟ ଫରେନ୍ସିକ ଲ୍ୟାବର ଏକ୍ସପର୍ଟ ମଧ୍ୟ ଯାଞ୍ଚ କରୁଛନ୍ତି । ଡିଏନଏ ଟେଷ୍ଟ ରିପୋର୍ଟ ଓ ପୋଲିସର ତଦନ୍ତ ନିର୍ଣ୍ଣାୟକ ଭୂମିକା ନେବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ।

Petrol Pump Blast Case, Parents Blood Sample Collected For DNA Test Of Missing Simanchal

ଏଠାରେ ପ୍ରଶ୍ନ ୨୧ ଖଣ୍ଡ ମାଂସଖଣ୍ଡ କେତେ ଜଣଙ୍କର ? ସେପଟେ କମିଶନରେଟ ପୋଲିସ, ଆଇଓସିଏଲ୍‌ ଓ ପେସୋ ମଧ୍ୟ ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି ।

Leave a Reply