ଖାଇବା ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି ଏହି ଧନୀ ଦେଶର ଲୋକ

ବର୍ଣ୍ଣ: ମହାମାରୀ କରୋନା ଯୋଗୁଁ ଦୁନିଆର କେତକ ଦେଶର ଅବସ୍ଥା ବହୁତ ଖରାପ ହୋଇଯାଇଛି । ସବୁଠାରୁ ଧନୀ ଦେଶ କୁହାଯାଉଥିବା ୟୁରୋପୀୟ ଦେଶ ସ୍ୱିଜରଲାଣ୍ଡର ଲୋକ ବି ମାଗଣା ଖାଇବା ପାଇବା ପାଇଁ ଧାଡ଼ିରେ ଛିଡ଼ା ହେଉଛନ୍ତି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଶନିବାର ଜେନିଭାରେ ଏକ ହଜାରରୁ ଅଧିକ ଲୋକ ଖାଇବା ପାଇଁ ଏମିତି ଧାଡ଼ିରେ ଛିଡ଼ା ହୋଇଥିଲେ ।

ସ୍ୱିଜରଲାଣ୍ଡରେ ଏବେ ଯାଏଁ କରୋନାର ୩୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୧୮୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ସ୍ୱିଜରଲାଣ୍ଡର ଜନସଂଖ୍ୟା ପ୍ରାୟ ୮୬ ଲକ୍ଷ । କରୋନା ପ୍ରଭାବରେ ଜେନିଭାର ଲୋକ ଏକ କିଲୋମିଟର ଲମ୍ବା ଲାଇନରେ ଛିଡ଼ା ହୋଇ ଖାଇବା ପ୍ୟାକେଟ୍ ନେଇଥିଲେ । ସକାଳ ୫ଟାରୁ ଲୋକମାନେ ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

୨୦୧୮ ମସିହାର ଏକ ରିପୋର୍ଟ ଅନୁସାରେ, ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୬.୬ ଲକ୍ଷ ଲୋକ ଗରିବ ଥାନ୍ତି । ବିଶେଷକରି ଏକୁଟିଆ ପରିବାର ଓ କମ୍ ପାଠ ପଢ଼ିଥିବା ଲୋକଙ୍କୁ ଚାକିରି ପାଇବାରେ ଅସୁବିଧା ହୁଏ । ସ୍ୱିସ୍ ବ୍ୟାଙ୍କ ମୁତାବକ, ତିନି ଜଣିଆ ପରିବାର ଚଳିବା ପାଇଁ ଜେନେଭା ଦେଶର ଏକ ମହଙ୍ଗା ସହର ।

ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ

Leave a Reply