ଦିଲ୍ଲୀରେ ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଦିଲ୍ଲୀବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଲୋକ ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି। ଗତ ଚାରି ଦିନ ଧରି ସର୍ବନିମ୍ନ ତାପମାତ୍ରା ପାଞ୍ଚ ଡିଗ୍ରୀ ସେଲସିୟସ ତଳେ ରହୁଥିବାବେଳେ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ହ୍ରାସ ପାଉଛି। ରାଜ୍ୟରେ ଘନ କୁହୁଡ଼ି ହେଉଥିବାରୁ ଯାତାୟତରେ ବି ବାଧା ଉପୁଜୁଛି।

କେବଳ ଦିଲ୍ଲୀ ନୁହେଁ ପଞ୍ଜାବର ଅଧିକାଂଶ ଅଞ୍ଚଳରେ ମଧ୍ୟ ଗତ ୩ ଚାରି ଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳୁଛି। ମଧ୍ୟ ଭାରତ ପାଣିପାଗ ବିଭାଗର ଆଞ୍ଚଳିକ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ହିମାଚଳର ଉପର ମୁଣ୍ଡରେ ପାଣିପାଗରେ ପରିବର୍ତ୍ତନ ହେଉଥିବା ଯୋଗୁ ରବିବାର ଏବଂ ସୋମବାରରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ରହିଛି। ତେବେ ଡିସେମ୍ବର ୨୯ ପରେ ପୁଣି ଶୀତର ଲହଢ଼ି ଫେରି ଆସିବ ବୋଲି ସେ କହିଛନ୍ତି।

Leave a Reply