ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଛାଡ଼ିଥିଲେ ଭିଟାମାଟି, ପାଇଲେ ପ୍ରତିଶ୍ରୁତିର ପ୍ଲଟ

1 min read

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରତିଷ୍ଠାରେ ସହଯୋଗ କରି ବିସ୍ଥାପିତଙ୍କ ମଧ୍ୟରୁ ୭ ଜଣଙ୍କୁ ଆଜି ମଙ୍ଗଳାଘାଟ ମୌଜା ନିକଟରେ ପ୍ଲଟ ପ୍ରଦାନ କରାଯାଇଛି । ଉତ୍ସର୍ଗୀକୃତ ବିସ୍ଥାପିତ ପରିବାର ଜମି ବଦଳରେ ଜମି ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସରକାର ସେମାନଙ୍କୁ ଆଇନତଃ ଆଜି ଭୂମି ପୂଜନ କରି ପ୍ଲଟ୍ ଆବଣ୍ଟନ କରିଛନ୍ତି । ଯାହାକୁ ବିସ୍ଥାପିତ ପରିବାର ସ୍ୱାଗତ କରିବା ସହ ଖୁସି ଜାହିର କରିଛନ୍ତି ।

ପୁରୀର ବିକାଶ ପାଇଁ ବାପା ଜେଜେ ଅମଳର ଭିଟାମାଟିକୁ ଛାଡ଼ି ଥିଲେ । ଐତିହ କରିଡରର ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢାଇଥିଲେ । ଆଉ ଆଜି ସେହି ତ୍ୟାଗର ପୂଜାରୀଙ୍କୁ ପ୍ରତିଶ୍ରୁତି ମୁତାବକ ଯୋଗାଇ ଦିଆଯାଇଛି ଜମି । ପୁରୀ ମଙ୍ଗଳାଘାଟ ନିକଟରେ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଥମ ଦଫାରେ ସାତ ଜଣ ବିସ୍ଥାପିତଙ୍କୁ ଯୋଗାଇ ଦିଆଯାଇଛି ପ୍ଲଟ୍ । ପ୍ରତ୍ୟେକଙ୍କୁ ୧ ହଜାର ସ୍କୋୟାର ଫୁଟ ପରିମିତ ପ୍ଲଟ ପ୍ରଦାନ କରାଯାଇଛି । ଜମି ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ଼ କରିଛନ୍ତି ସରକାର ।

ବଦଳିଯିବ ପୁରୀର ରୂପରେଖ । ନୂଆ ପୁରୀକୁ ଦେଖିବ ସାରା ବିଶ୍ୱ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦ୍ୟେଶରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଯେଉଁଥିରେ ବଡ଼ ଦେଉଳ ଚାରିପାଖରୁ ୭୫ ମିଟର ମଧ୍ୟରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଆଉ ବିସ୍ଥାପନ ପଲିସି ଅନୁସାରେ କ୍ଷତି ପୂରଣ ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଆଉ ଆଜି ସେହିଦିନ ଆସିଛି । ଶ୍ରୀମନ୍ଦିର ନିକଟରୁ ଜମି ହରାଇଥିବା ଲୋକଙ୍କୁ ମିଳିଛି ଜମି । ତ୍ୟାଗକୁ ମିଳିଛି ସମ୍ମାନ । ଆଉ ନିଜ ଇଚ୍ଛା ମୁତାବକ ଜମି ବଦଳରେ ଜମି ପାଇଥିବାରୁ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।

ପୁରୀର ବିକାଶ ପାଇଁ ଅଙ୍କା ସରିଛି ନକ୍ସା । କାଳିଆ ଠାକୁରଙ୍କୁ ଭଲ ପାଉଥିବା ଶ୍ରୀକ୍ଷେତ୍ରବାସୀ ବି ଦେଇଛନ୍ତି ତ୍ୟାଗର ପ୍ରମାଣ । ହେଲେ ଏସବୁ ଭିତରେ ଆରମ୍ଭ ହୋଇ ଯାଇଛି ରାଜନୀତିର ହୀନ ଚକ୍ରାନ୍ତ । ଯାହା ମୁଣ୍ଡ ଟେକୁଛି ସିନା ହେଲେ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନି ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରତିଷ୍ଠାରେ ସହଯୋଗ କରି ବିସ୍ଥାପିତଙ୍କ ଥଇଥାନ କରାଯାଇଛି

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରତିଷ୍ଠାରେ ସହଯୋଗ କରି ବିସ୍ଥାପିତଙ୍କ ମଧ୍ୟରୁ ୭ ଜଣଙ୍କୁ ଆଜି ମଙ୍ଗଳାଘାଟ ମୌଜା ନିକଟରେ ପ୍ଲଟ ପ୍ରଦାନ କରାଯାଇଛି । ଉତ୍ସର୍ଗୀକୃତ ବିସ୍ଥାପିତ ପରିବାର ଜମି ବଦଳରେ ଜମି ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସରକାର ସେମାନଙ୍କୁ ଆଇନତଃ ଆଜି ଭୂମି ପୂଜନ କରି ପ୍ଲଟ ଆବଣ୍ଟନ କରିଛନ୍ତି #NandighoshaTV #OdishaNews

Nandighosha TV यांनी वर पोस्ट केले बुधवार, २६ ऑगस्ट, २०२०

Leave a Reply