ଅମାନୁଷିକ: କରୋନା ବିରୋଧୀ ସଚେତନତା ବେଳେ ଆଶା କର୍ମୀଙ୍କୁ ପେଜ ମାଡ଼

ନୟାଗଡ଼: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଗ୍ରାମାଞ୍ଚଳରେ କୋଭିଡ୍ ବିରୋଧୀ ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଆଶା କର୍ମୀ ଓ ଅଙ୍ଗନୱାଡ଼ି ଦିଦି । ସେମାନେ ଘର ଘର ବୁଲି ଲୋକଙ୍କୁ ସେଚତନ କରାଉଛନ୍ତି । ତେବେ, କିଛି ଅମାନିଆ ନିୟମ ଉଲ୍ଲଂଘନ କରିବା ସହ ସେମାନଙ୍କ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଗେଲିଗେଣ୍ଡା ଗାଁରେ ଜଣେ ଆଶା କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି ।

ସୋମବାର ଅପରାହ୍ଣରେ ଆଶା କର୍ମୀ ମାଧୁରୀ ନାୟକ ଗାଁରେ ଘର ଘର ବୁଲି ଲୋକଙ୍କୁ କରୋନା କଟକଣା ବିଷୟରେ ସଚେତନ କରୁଥିଲେ । ଏହି ସମୟରେ ଗାଁର ମୁନୁ ଓ ତାଙ୍କ ସ୍ତ୍ରୀ ଆଶି ମାଧୁରୀଙ୍କ ମୁହଁ ଉପରକୁ ଗରମ ପେଜ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମାଧୁରୀଙ୍କ ଗ୍ରାମବାସୀ ତୁରନ୍ତ ଦଶପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାଣିଗୋଚ୍ଛା ପୋଲିସ ଘଟଣାର ତଦନ୍ତ କରିବା ସହ ମୁନୁକୁ ଅଟକ ରଖିଥିବା ଜଣାପଡ଼ିଛି ।

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

Leave a Reply