ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ କାର ଜାଳିଦେଲେ

ଯୋଡ଼ା: ସଡ଼କ ଦୁର୍ଘଟଣାରୁ ତୁମୁଳକାଣ୍ଡ । କାର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ । ଦୁର୍ଘଟଣା ଘଟାଇଥିବା କାରକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ଚମ୍ପୁଆ ଥାନା ଶଙ୍କରପୁର ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ମୃତକ ହେଲେ ଶଙ୍କରପୁର ଗାଁର ଚେମା ପାତ୍ର । ଚେମା ଗତକାଲି ରାତିରେ ତାଳବେଡ଼ାରେ ଥିବା ଶ୍ୱଶୁର ଘରୁ ବାଇକରେ ଫେରୁଥିଲେ ।ଶଙ୍କରପୁର ଛକ ନିକଟରେ ଚେମାଙ୍କ ବାଇକ୍ ସହ ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା । ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଚେମାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଆଜି ସକାଳୁ କାରକୁ ଜାଳି ଦେଇଛନ୍ତି ।

ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ସେପଟେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply