ଲିଭର ପାଇଁ ବିପଦଜ୍ଜନକ ବାଦାମ!

1 min read

ଶୀତ ଋତୁରେ ଶରୀରକୁ ଗରମ ରଖିଥାଏ ବାଦାମ । ଏଥିରେ ଭିଟାମିନ୍-ଇ, ଭିଟାମିନ୍-ବି ୬ ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ଜିଙ୍କ ଏବଂ ଲୌହ ଆଦି ପୋଷକ ତତ୍ବ ଭରି ରହିଛି । ଯାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ହେଲ୍ଥଲାଇନ ରିପୋର୍ଟ ଅନୁଯାୟୀ, ବାଦାମ ଶରୀରରେ ଆଫ୍ଲାଟୋକ୍ସିନର ପରିମାଣ ବୃଦ୍ଧି କରିଥାଏ । ଯାହା ଏକ କ୍ଷତିକାରକ ପଦାର୍ଥ ଅଟେ। ଆଫ୍ଲାଟୋକ୍ସିନ ଲକ୍ଷଣ ହେଉଛି ଭୋକ ନଲାଗିବା ଏବଂ ଆଖି ହଳଦିଆ ଦେଖାଯିବା । ଯାହା ଯକୃତ ଖରାପ କିମ୍ବା ଜଣ୍ଡିସ ହେବାର ସଙ୍କେତ ଦେଇଥାଏ ।

ଏଥିସହ ଆର୍ଥ୍ରାଇଟିସ୍ ରୋଗୀ ବାଦାମ ସେବନ କରିବାରୁ ଦୂରେଇ ରହିବା ଉଚିତ୍ । ଏଥିରେ ଥିବା ଲେକ୍ଟିନ୍ ଯୋଗୁଁ କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଛାତି ଜଳାପୋଡା ଆଦି ହେବାର ଆଶଙ୍କା ରହିଛି ।

ବାଦାମରେ ଫାଇଟିକ୍ ଏସିଡ୍ ନାମକ ଅନ୍ୟ ଏକ ଉପାଦାନ ମିଳିଥାଏ, ଯାହା ଶରୀରରେ ନ୍ୟୁଟ୍ରିସନାଲ୍ ଭେଲ୍ୟୁକୁ ହ୍ରାସ କରିଥାଏ | ଫାଇଟିକ୍ ଏସିଡ୍ ଶରୀରରେ ଲୌହ ଏବଂ ଜିଙ୍କ ପରିମାଣକୁ ହ୍ରାସ କରିଥାଏ । ଯେଉଁମାନେ ସନ୍ତୁଳିତ ଡାଏଟ୍ କିମ୍ବା ନିୟମିତ ଆମିଷ ଖାଆନ୍ତି, ସେମାନଙ୍କୁ ଅଧିକ ଅସୁବିଧା ହେବ ନାହିଁ । ହେଲେ ଯେଉଁମାନେ କେବଳ ଶସ୍ୟ ଜାତୀୟ କିମ୍ବା ଫଳ ଆଦି ସେବନ କରନ୍ତି, ସେମାନଙ୍କ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି ।

Leave a Reply