ଭୂତ ଖାଇଦେଲା ୩ ବର୍ଷର ପିଡିଏସ୍‌ ସାମଗ୍ରୀ, ମୟୂରଭଞ୍ଜ ଜିଲ୍ଲା ବଡ଼ଖଲାଡ଼ିରେ ମହାଦୁର୍ନୀତିର ପର୍ଦ୍ଦ।ଫାସ

ମୟୂରଭଞ୍ଜ: ହିତାଧିକାରୀଙ୍କ ମୃତ୍ୟୁ ପରେ ବି ଉଠୁଛି ପିଡିଏସ୍‌ ଚାଉଳ । ମାସେ ନୁହେଁ କି ବର୍ଷେ । ଦୀର୍ଘ ୩ ବର୍ଷ ହେଲା ମତ ହିତାଧିକାରୀଙ୍କ ନାଁ ରେ ପିଡିଏସ୍‌ ସାମଗ୍ରୀ ଉଠାଣ ହେଉଛି । ତଦନ୍ତ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ଉପ ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡଖଲାଲାଡି ପଞ୍ଚୟତର ସିନ୍ଧୁପୁର । ହିତାଧିକାରୀ ବାଞ୍ଛାନିଧି ମଣ୍ଡଳ ।

ପିଡିଏସ କାର୍ଡ ନମ୍ବର ୨୨୧୦୩୧୦୪୯୩ । କିନ୍ତୁ ୧୮ ସେପ୍ଟେମ୍ବର ୨୦୧୮ରୁ ସେ ମୃତ । ହେଲେ ଆଜିଯାଏଁ ତାଙ୍କ ଖାତାରେ ଉଠୁଛି ପିଡିଏସ ସାମଗ୍ରୀ । ଘଟଣାର ସତ୍ୟତା ପଦାକୁ ଆସିବା ପରେ ପଞ୍ଚାୟତ ଅଧିକାରୀ ବିଦ୍ୟୁତ୍‌ ମହାପାତ୍ରଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ଉପଜିଲ୍ଲାପାଳ । ଏହାସହ ପଞ୍ଚାୟତ ଅଧିକାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କ ଅନୁମତି ଲୋଡିଛନ୍ତି ।

୧୫ କ୍ୱିଣ୍ଟାଲ ୧୬ କିଲୋ ଚାଉଳ, ୬ କ୍ୱିଣ୍ଟାଲ ୯୪ କିଲୋ ଗହମ ଷ୍ଟକରେ ନଥିବାରୁ ଏହାର ମୂଲ୍ୟ ୯୯ ହଜାର ୩୪ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାପା ମରିବା ପରେ ପିଡିଏସ୍‌ ନେଇ ନଥିବା କହିଛନ୍ତି ମୃତ ବାଞ୍ଛାନିଧିଙ୍କ ପୁଅ ।

ଘଟଣାକୁ ନେଇ କିନ୍ତୁ ନିଜ ମୁଣ୍ଡରୁ ଅଠା ଛଡାଇବାକୁ ଉଦ୍ୟମ କରିଛନ୍ତି ପଞ୍ଚାୟତ ଅଧିକାରୀ । ଚାଉଳ ଓ ଗହମ ଷ୍ଟକ୍‌ ଠିକ୍‌ ଥିବା ଦର୍ଶାଇବା ସହ ଯୋଗାଣ ସହାୟକଙ୍କ ଉପରେ ଦୋଷ ଲଦିଛନ୍ତି । ସେପଟେ କିନ୍ତୁ ପିଡିଏସ ବଣ୍ଟନର ସମସ୍ତ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯାଇ ନଥିବା କହିଛନ୍ତି ସହାୟକ ।

Leave a Reply