ରାସ୍ତାକଡ଼ରେ ୩ ଦିନ ପଡ଼ି ରହିଲା PDS ଚାଉଳ ବୋଝେଇ ଟ୍ରକ୍, ୭୨ ଘଣ୍ଟା ପରେ ଭାଙ୍ଗିଲା ପ୍ରସାଶନର ନିଦ

1 min read
PDS Overloaded Rice & Wheat Bags Truck In Road Side For Last 3 Days

ଭଦ୍ରକ: ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଗିରବ ଲୋକଙ୍କୁ ବଣ୍ଟନ ଲାଗି ଟ୍ରକ୍ ଭର୍ତ୍ତି ୬୦୦ ବସ୍ତା ପିଡିଏସ୍ ଚାଉଳ ଆସିଛି । ହେଲେ, ହିତାଧିକାରୀଙ୍କୁ ବଣ୍ଟନ ହୋଇପାରୁନି । କାରଣ, ଡିଲର ପଏଣ୍ଟ ଖୋଜି ପାଉନାହାଁନ୍ତି ଠିକାଦାର । ୬୦୦ ବସ୍ତା ଚାଉଳ ଓ ଗହମ ବୋଝେଇ କରି ଟ୍ରକ୍ ଖୋଜୁଛି ଡିଲର ପଏଣ୍ଟ ଠିକଣା । ଅବହେଳାର ଏମିତି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗାଁରେ ।

PDS Overloaded Rice & Wheat Bags Truck In Road Side For Last 3 Days

୬୦୦ ବସ୍ତା ପିଡିଏସ୍ ଚାଉଳ ଓ ଗହମ ବୋଝେଇ କରି ଟ୍ରକଟି ତିନିଦିନ ତଳେ ଧାମନଗର ଗୋ-ଡାଉନରୁ ଥଇଳା ଆସିଥିଲା । ଚାଉଳ ଅନଲୋଡ୍ ଠିକଣା ଥିଲା ଥଇଳାର ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ । ଟ୍ରକ୍ ସିନା ଚାଉଳ ଧରି ପହଞ୍ଚିଗଲା, ହେଲେ ଡିଲର ପଏଣ୍ଟ ପାଇଲାନି । ଫଳରେ ଗତ ତିନିଦିନ ଧରି ଚାଉଳ ଭର୍ତ୍ତି ଟ୍ରକ୍ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା । ଚାଉଳ ଭର୍ତ୍ତି ଟ୍ରକକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

PDS Overloaded Rice & Wheat Bags Truck In Road Side For Last 3 Days

ଲୋକଙ୍କ ଅସନ୍ତୋଷ ପରେ ଯୋଗାଣ ନୀରିକ୍ଷକ ପହଞ୍ଚି ଟ୍ରକରୁ ଚାଉଳ ଅନଲୋଡ୍ କରିଛନ୍ତି । ତେବେ, ଏଠି ପ୍ରଶ୍ନ ଉଠୁଛି କାହିଁକି ୩ ଦିନ ଧରି ଟ୍ରକରେ ଶୀତ, କାକରରେ ଭିଜିଲା ପିଡିଏସ୍ ଚାଉଳ ? ଟ୍ରକରୁ ଚାଉଳ ବସ୍ତା ଚୋରି ହୋଇଥିଲେ କିଏ ରହିଥାନ୍ତା ଦାୟୀ ? ଠିକାଦାର ନା ଯୋଗାଣ ନୀରିକ୍ଷକ କାହା ଭୁଲ୍ ପାଇଁ ବିଳମ୍ବ ହେଲା ଚାଉଳ ଅନଲୋଡିଂ ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

PDS Overloaded Rice & Wheat Bags Truck In Road Side For Last 3 Days

ଅନ୍ୟପଟେ କିଛିଦିନ ତଳେ ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ପ୍ରଶାସନ ଭଣ୍ଡାରୀପୋଖରୀ ବ୍ଲକର ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରି ନୂଆ ଠିକାଦାର ନିଯୁକ୍ତି ଦେଇଥିଲା । ଚୋରା ଚାଲାଣ ପରେ ବି କେହି ଚେତୁ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

Leave a Reply