ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଛି: ପିସିସି ସଭାପତି

ଭୁବନେଶ୍ୱର: ପରୀ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଥିବା କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ପରୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ବିଜେପି ଡ୍ରାମା କରୁଛି । ନିଜ ଫେସ୍‌ ଭାଲ୍ୟୁ ପାଇଁ ବିଜେପି ଏପରି କରୁଛି । ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି । କାରଣ ନ୍ୟାୟପାଳିକା ଉପରେ ବିଜେପିର ବିଶ୍ୱାସ ନଥିବା କହିଥିବା ବେଳେ କଂଗ୍ରେସ ନ୍ୟାୟପାଳିକାକୁ ବିଶ୍ୱାସ କରେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

ଅନ୍ୟପଟେ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆସନ୍ତା ୮ ତାରିଖରେ ଚାଷୀ ସଂଗଠନଙ୍କ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ । ଚାଷୀଙ୍କୁ ଦୁର୍ବଳ କଲେ ଦେଶ ଆଗକୁ ଯାଇପାରିବାନି । ଆମେ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦକୁ ସମର୍ଥନ କରୁଛୁ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ସହ ପ୍ରମୁଖ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ଏଥିରେ କଂଗ୍ରେସ ନେତାମାନେ ମଧ୍ୟ ସାମିଲ ରହିବେ ।

 

 

Leave a Reply