ବିଜେପି ଉପରେ ବର୍ଷିଲେ ନିରଞ୍ଜନ, କହିଲେ- ‘ଦୋଷୀକୁ ଦଣ୍ଡ ଦେବାକୁ ନାହିଁ ଆନ୍ତରିକତା’

1 min read

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଭିଡିଓ ଆଣିଛି ଟ୍ୱିଷ୍ଟ । ଜେରା ବେଳେ ଖୋଦ୍ ଅଭିଯୁକ୍ତ କହିଛି ପରୀକୁ ହତ୍ୟାଠାରୁ ନେଇ ଫିଙ୍ଗିବାର ପ୍ରତିଟି ଘଟଣା । ଅଭିଯୁକ୍ତ ହତ୍ୟା କରିଥିବା ମାନୁଥିବା ବେଳେ ବିଜେପି କିନ୍ତୁ ମାନୁ ନାହିଁ । ବରଂ ଏସଆଇଟି ତଦନ୍ତ ଠିକ୍ ଭାବେ କରୁନି ବୋଲି ଦଳ ପୂର୍ବରୁ ଅଭିଯୋଗ କରି ଆସୁଛି । ଏହାକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ।

PCC President Niranjan Patnaik Slams BJP Over Pari Murder Accused

ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ରାଜନୀତି କରୁଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । କହିଛନ୍ତି- ‘ଦୋଷୀକୁ ଦଣ୍ଡ ଦେବା ନେଇ ବିଜେପିର ଆନ୍ତରିକତା ନାହିଁ । ହତ୍ୟା ସମ୍ପର୍କରେ ବିଜେପି ପାଖରେ କିଛି ଠୋସ୍ ପ୍ରମାଣ ଅଛି କି ? ଯଦି ଅଛି ବିଜେପି ପ୍ରମାଣ ଏସଆଇଟିକୁ ଦେଉ ।’ ଏଥିସହ ହତ୍ୟା ଅଭିଯୁକ୍ତ ବିଜେପିର ଲୋକ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

PCC President Niranjan Patnaik Slams BJP Over Pari Murder Accused

ପରୀ ହତ୍ୟା ମାମଲାର ତଦନ୍ତ ସଚ୍ଚୋଟ ଅଧିକାରୀ କରୁଛନ୍ତି । ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ଦଣ୍ଡ ବିଧାନ କୋର୍ଟ କରିବେ ବୋଲି ନିରଞ୍ଜନ କହିଛନ୍ତି । ପୂର୍ବରୁ ଏସ୍ଆଇଟି ହତ୍ୟା ଅଭିଯୁକ୍ତକୁ ସେହି ଯଦୁପୁର ଗାଁରୁ ଗିରଫ କରିଥିବା ବେଳେ ବିଜେପି ରାଜନୀତି କରିଥିଲା । ଭୁବନେଶ୍ୱରରୁ ଯଦୁପୁର ଯାଏ ପଦଯାତ୍ରା କରି ତଦନ୍ତ ସହ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା ।

PCC President Niranjan Patnaik Slams BJP Over Pari Murder Accused

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି । ତାରା କହିଛନ୍ତି- ଗତ ବିଧାନସଭା ଅଧିବେଶନ ସମୟରେ ପରୀ ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଗୃହର ସମୟ ନଷ୍ଟ କରିଥିଲା ବିଜେପି । ଆଜି ସବୁ ସତ ସାମ୍ନାକୁ ଆସିଛି । ବିଧାନସଭାରେ ବିଜେପି ଭୁଲ୍ ମାଗୁ ବୋଲି ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି ।

Leave a Reply