ବଢିଲା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଅଡୁଆ

ମୁମ୍ବାଇ: ମୁମ୍ବାଇ ଭର୍ସୋବା ଥାନାରେ ହାଜର ହୋଇଛନ୍ତି ଅନୁରାଗ । ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ । ଏନେଇ ସେ ସେପ୍ଟେମ୍ବର ୨୨ରେ ଭର୍ସୋବା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଥାନାରେ ହାଜର ହେବା ପାଇଁ ଅନୁରାଗଙ୍କୁ ସମନ ହୋଇଥିଲା । ଅନୁରାଗ ଥାନାରେ ହାଜର ହେବା ପରେ ତାଙ୍କୁ ପାୟଲଙ୍କ ଅଭିଯୋଗ ନେଇ ପଚରାଉଚରା କରାଯାଉଛି । ୨୦୧୫ରେ ଅନୁରାଗ କାଶ୍ୟପ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ପାୟଲ ଅଭିଯୋଗ କରିଥିଲେ । ଅନୁରାଗଙ୍କୁ ଗିରଫଦାରି ଦାବିରେ ଅନଶନରେ ବସିବା ନେଇ ଧମକ ଦେଇଥିଲେ ପାୟଲ । ଏନେଇ ମହାରାଷ୍ଟ୍ର ସେପଟେ ଅନୁରାଗ ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି ।

ଏନେଇ ରାଜ୍ୟପାଳଙ୍କୁ ଭେଟିଥିଲେ ପାୟଲ । ପାୟଲଙ୍କ କହିବା ଅନୁସାରେ ରାଜ୍ୟପାଳ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ତାଙ୍କ ତରଫରୁ ସାହାଯ୍ୟ କରିବେ । ଏହି ମାମଲାରେ ଚାପ ବଢିବାରୁ ବୁଧବାର ଅନୁରାଗ କାଶ୍ୟପଙ୍କୁ ସମନ ପଠାଯାଇଥିଲା । ତାଙ୍କୁ ପୋଲିସ ଷ୍ଟେସନକୁ ଆସିବାକୁ କୁହାଯାଇଥିଲା । ଆଜି ସେ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି।  ଏବେ ଦେଖିବାର କଥା ଆଗକୁ କଣ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରି ସେ ଟ୍ୱିଟରରେ ମାମଲା ବିଷୟରେ ଲେଖି ତାଙ୍କୁ ନ୍ୟାୟ ମିଳିପାରିବ କି’ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଅନୁରାଗ କାଶ୍ୟପ ଅନେକ ଟୁଇଟ୍ କରିଥିଲେ  । ଏବଂ ପାୟଲଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ।

Leave a Reply