ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ମୁମ୍ବାଇ ପୋଲିସର ଦାବି, ପାଟନା ପୋଲିସ ତଦନ୍ତ ଅଧିକାର ନାହିଁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାକୁ ନେଇ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ଚାଲିଥିବା ବିବାଦ ନୂଆ ରୂପ ନେଇଛି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ମିଡିଆକୁ କହିଛନ୍ତି ଯେ, ଏହି ମାମଲାର ଯାଂଚ ପାଇଁ ବିହାର ପୋଲିସର କୌଣସି ଅଧିକାର ନାହିଁ । ଆମେ ଏହାକୁ ନେଇ ଆଇନଗତ ପରାମର୍ଶ ନେଉଛୁ । କାହାରିକି ଏହି ପ୍ରସଙ୍ଗରେ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ।

ଅନ୍ୟପକ୍ଷରେ ବିହାର ପୋଲିସ ଅଧିକାରୀଙ୍କ କ୍ୱାରେଣ୍ଟାଇନ୍ ପ୍ରସଙ୍ଗ ଉପରେ ସେ କହିଛନ୍ତି ଯେ, କାହାରିକି କ୍ୱାରେଣ୍ଟାଇନ୍ କରିବା ଅଧିକାର ଆମର ନାହିଁ । ଏହା ବିଏମସିର ଅଧିକାର କ୍ଷେତ୍ର ଭିତରେ ଆସେ ।

ରିୟା ଓ ସୁଶାନ୍ତଙ୍କ ପରିବାର ମଧ୍ୟରେ ସମ୍ବନ୍ଧ ଭଲ ନଥିଲା

ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କହିଥିଲେ ଯେ, ସୁଶାନ୍ତଙ୍କ ପରିବାର ଜୁନ୍ ୧୬ ତାରିଖ ଦିନ ନିଜ ବୟାନରେ କହିଥିଲେ ଯେ, ଏହି ମାମଲାରେ ସେମାନଙ୍କର କାହା ଉପରେ ସନ୍ଦେହ ନାହିଁ । କମିଶନରଙ୍କ ଅନୁସାରେ ରିୟା ଚକ୍ରବର୍ତ୍ତି ଜୁନ୍ ୮ ତାରିଖ ଦିନ ସୁଶାନ୍ତଙ୍କ ଘର ଛାଡିଥିଲେ । କାରଣ ସେ ଡିପ୍ରେସ ଥିଲେ । ତାଙ୍କ ଅବସ୍ଥା ଠିକ୍ ନଥିଲା । ଏହାପରେ ସୁଶାନ୍ତଙ୍କ ଭଉଣୀ ଆସିଥିଲେ ଓ ସେ ଜୁନ୍ ୧୩ ତାରିଖ ଦିନ ଚାଲିଯାଇଥିଲେ ।

କମିଶନରଙ୍କ ଅନୁସାରେ ମୁମ୍ବାଇ ପୋଲିସ ରିୟାଙ୍କ ବୟାନ ଦୁଇଥର ନେଇଛି । ବୟାନରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ଜଣା ପଡୁଛି ।ସୁଶାନ୍ତଙ୍କୁ ରିୟା କେମିତି ଭେଟିଥିଲେ ,ସୁଶାନ୍ତଙ୍କ ମାନସିକ ଅବସ୍ଥା କେମିତି ଥିଲା ଏବାବଦରେ ରିୟାଙ୍କଠାରୁ ପୋଲିସ ତଥ୍ୟ ନେଇଥିଲା । ଏହା ସହ ରିୟାଙ୍କ ବୟାନର କ୍ରସଚେକ୍ ମଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି । ରିୟା ଓ ସୁଶାନ୍ତଙ୍କ ପରିବାର ମଧ୍ୟର ସମ୍ପର୍କ ଠିକ୍ ନଥିଲା ବୋଲି କମିଶନର କହିଛନ୍ତି ।

ଖର୍ଚ୍ଚକୁ ନେଇ ଚିନ୍ତିତ ଥିଲେ ସୁଶାନ୍ତ

କମିଶନର ପରମବୀର ସିଂହ କହିଛନ୍ତି ଯେ, ସୁଶାନ୍ତଙ୍କ ଖର୍ଚ୍ଚକୁ ନେଇ ଚିନ୍ତିଥ ଥିଲେ । ତାଙ୍କ ଡାଏରୀରୁ ଏହି ତଥ୍ୟ ମିଳିଛି । ଏହାସହ ସେ ନିଜ ଚାର୍ଟାଡ୍ ଆକାଉଣ୍ଟାଣ୍ଟଙ୍କୁ ଖର୍ଚ୍ଚ କମ କରିବାକୁ କହିଥିଲେ । ସୁଶାନ୍ତଙ୍କ ଗୁଗଲ ସର୍ଚ୍ଚ ଇତିହାସରୁ ସେ ବିନା ଯନ୍ତ୍ରଣାରେ ମୃତ୍ୟୁ,ନିଜ ସମ୍ବନ୍ଧରେ ତଥ୍ୟ ଆଦି ଖୋଜିଥିବା ଜଣା ପଡିଛି ।

 

Leave a Reply