ଗଙ୍ଗାରେ ବିସର୍ଜିତ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ

ପାଟନା: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ ବିସର୍ଜିତ ହୋଇଛି । ଗୁରୁବାର ଦ୍ୱିପ୍ରହରକୁ ପାଟନାର ଗଙ୍ଗା ଘାଟରେ ସୁଶାନ୍ତ ସିଂହ ରାଜ ରାଜପୁତଙ୍କ ଅସ୍ଥି ନେଇ ପରିବାର ଲୋକ ଓ ପଣ୍ଡିତ ପହଞ୍ଚିଥିଲେ । ପରେ ପରିବାର ଲୋକ ଏକ ନୌକାରେ ଗଙ୍ଗା ଗର୍ଭରେ ଅସ୍ଥି ବିସର୍ଜନ କରିଥିଲେ । ଦୀଘା ଗଙ୍ଗା ଘାଟରେ ସୁଶାନ୍ତଙ୍କ ମାଆଙ୍କ ଅସ୍ଥି ମଧ୍ୟ ବିସର୍ଜିତ ହୋଇଥିଲା ।

ପିତା ଦେଇଥିଲେ ମୁଖାଗ୍ନି

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ପାଟନାରୁ ମୁମ୍ବାଇ ପହଞ୍ଚିଛିସେ ବାପା କେକେ ସିଂହ । ସେଠାରେ ଅନ୍ତିମ ସଂସ୍କାର ଦେବାପରେ ସପରିବାର ପାଟନା ଫେରିଥିଲେ । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ରାନୀ ସିଂହ ଅସ୍ଥି ବିସର୍ଜନ କରିଥିବା ବେଳେ ନୌକାରେ ସପରିବାର ଥିଲେ ।

ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ ବିସର୍ଜନ ଖବର ପ୍ରଚାରିତ ହେବା ପରେ ଗଙ୍ଗା ଘାଟରେ ତାଙ୍କ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ପୋଲିସ ପ୍ରଶାସନ ନେଇଥିବା ପଦକ୍ଷେପ ଗହଳ ରୋକିଥିଲା । ଫଳରେ ପରିବାର ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।

ପାଟନାରେ ହେବ ଶ୍ରାଦ୍ଧ

ସୁଶାନ୍ତଙ୍କ ପରିବାର ସହିତ ଜଡ଼ିତ ଲୋକଙ୍କ ସୂଚନା ଅନୁସାରେ ଶ୍ରାଦ୍ଧକର୍ମ ପାଟନାରେ କରାଯିବ । ସୁଶାନ୍ତଙ୍କ ଜନ୍ମସ୍ଥଳୀ ପୂର୍ଣ୍ଣିୟାରେ ଶ୍ରାଦ୍ଧ ହେବା ନେଇ କୁହାଯାଉଛି । ରବିବାର ମୁମ୍ବାଇ ବାନ୍ଦ୍ରା ଆପାର୍ଟମେଣ୍ଟରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

 

Leave a Reply