ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମୃତକ ଜଣକ ହେଉଛନ୍ତି ବାଳକାଟି ଅଂଚଳର ସୂର୍ଯ୍ୟକାନ୍ତ ମହାନ୍ତି । ତେବେ ଭୁଲ ଇଞ୍ଜେକ୍ସନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଗତ ୨୭ ତାରିଖରେ ଦୁର୍ଘଟଣାରେ ଆହତ ହେବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲା । ଏମିତି ଗତ ରାତିରେ ମଧ୍ୟ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଥିଲେ ବି  ଆଜି ସକାଳେ ତାଙ୍କର ମୃତ୍ୟୁ କିପରି ହେଲା ସେନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିଥିଲେ ବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେମାନେ ପରିସରରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଉତ୍ତେଜନା ପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭଙ୍ଗାରୁଜା କରିବା ସହ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

Leave a Reply