ସନ୍ଦେହ ପାଇଁ ସ୍ୱାମୀ ଛାଡ଼ିଲେ, ଲକଡାଉନରେ ଚାକିରି ଯିବାରୁ ପ୍ରେମିକ

1 min read
Pati Patni Aur Sperm Donor In Ahmedabad 181 Abhayam Helpline Case

ଅହମଦାବାଦ: ପ୍ରଥମେ ସ୍ୱାମୀ ଛାଡ଼ିଥିଲେ ପରେ ପ୍ରେମରେ ଧୋକା ମିଳିଲା । ପୁଣି ଲକଡାଉନ ଛଡ଼ାଇ ନେଲା ଚାକିରି । ଅହମଦାବାଦରେ ରହୁଥିବା ସଂଗୀତା (ଛଦ୍ମ ନାମ)ଙ୍କ ସହ ଏଭଳି କିଛି ଘଟଣା ଘଟିଛି । ଫଳରେ ସେ ଡିପ୍ରେସନକୁ ଚାଲି ଯାଇଛନ୍ତି । ସେ ଏବେ ରାଜ୍ୟ ସରକାରଙ୍କ ‘ସଖୀ’ ୱାନ୍ ଷ୍ଟପ୍ ସେଣ୍ଟରରେ ଅଛନ୍ତି ।

୪୫ ବର୍ଷୀୟା ସଂଗୀତା ସ୍ୱାମୀଙ୍କ କଥାରେ IVF ଟେକ୍ନୋଲଜି ଜରିଆରେ ଗର୍ଭଧାରଣ କରିଥିଲେ । କିଛି ମାସରେ ୨ ଜମଜ ଶିଶୁଙ୍କୁ ଜନ୍ମ ଦେଇଥିଲେ । ତାପରେ ସେ ସ୍ପର୍ମ ଡୋନରଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ଭାଙ୍ଗି ପଡ଼ିଥିବା ସଂଗୀତା ୨ ପୁଅଙ୍କୁ ନେଇ ଅଲଗା ରହିଥିଲେ । ଏହା ପରେ ସେ ସ୍ପର୍ମ ଡୋନରଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଯିଏ କି ସଂଗୀତାଙ୍କ ଠାରୁ ୧୦ ବର୍ଷ ସାନ । ପରେ ସ୍ପର୍ମ ଡୋନର ବି ସଂଗୀତାଙ୍କୁ ଧୋକା ଦେଇ ୨ ପୁଅଙ୍କୁ ନେଇ ଯାଇଥିଲା ।

Pati Patni Aur Sperm Donor In Ahmedabad 181 Abhayam Helpline Case

IVF ଜରିଆରେ ମାଆ
ଅଭ୍ୟମ ୧୮୧ ହେଲ୍ପଲାଇନ୍ ଅଧିକାରୀଙ୍କ ଅନୁସାରେ, ସଂଗୀତା ଚଳିତ ସପ୍ତାହରେ ସେଲ୍ଟର ହୋମକୁ ସାହାଯ୍ୟ ମାଗିଥିଲେ । କାଉନସିଲଙ୍କ ଅନୁଯାୟୀ- ସଂଗୀତା କହିଛନ୍ତି ସେ ବସ୍ତ୍ରଲର ଜଣଙ୍କୁ ଭଲ ପାଇ ବାହା ହୋଇଥିଲେ । ୪ ବର୍ଷ ପରେ ସେ IVF ଟେକ୍ନୋଲଜି ଜରିଆରେ ଗର୍ଭଧାରଣ କରିଥିଲେ । ଏହି ସମୟରେ ଦମ୍ପତି ଜଣେ ବ୍ୟକ୍ତିଙ୍କ ସହ ଭେଟ ହୋଇଥିଲେ ଯିଏ ସ୍ପର୍ମ ଦେବା ପାଇଁ ରାଜି ହୋଇଥିଲେ ।

ସ୍ୱାମୀ-ସ୍ତ୍ରୀ କଳହ
ଦମ୍ପତିଙ୍କ ଜାଁଳା ଛୁଆ ହୋଇଥିଲା । ଛୁଆଙ୍କୁ ନେଇ ସ୍ୱାମୀ, ସ୍ତ୍ରୀ ପାଞ୍ଚ ବର୍ଷ ଯାଏଁ ହସଖୁସିରେ ରହିଥିଲେ । ଏହାପରେ ମଦ ନିଶାରେ ପଡ଼ି ଯାଇଥିଲେ ସ୍ୱାମୀ । ନିଶାଗ୍ରସ୍ତ ହୋଇ ସଂଗୀତା ଅବୈଧ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଥିଲେ । ସ୍ପର୍ମ ଡୋନରଙ୍କ ସହ କୌଣସି ସମ୍ପର୍କ ନଥିବା ସଂଗୀତା ସଫେଇ ଦେଇଥିଲେ । ତଥାପି ଶୁଣିନଥିଲେ ମଦ୍ୟପ ସ୍ୱାମୀ । ଝଗଡ଼ା ନକମିବାରୁ ସଂଗୀତା ଛୁଆଙ୍କୁ ନେଇ ଅଲଗା ରହିଥିଲେ ।

ସ୍ପର୍ମ ଡୋନରଙ୍କ ସହ ନିବିଡ଼ ସମ୍ପର୍କ
ସଂଗୀତା ଅନ୍ୟ ଘରେ କାମ କରିବା ଆରମ୍ଭ କରିଥିଲେ । ଯେଉଁଥିରୁ ତାଙ୍କୁ ପ୍ରତିମାସରେ ୧୫ ହଜାର ଟଙ୍କା ମିଳୁଥିଲା । ଏହି ସମୟରେ ସଂଗୀତା ଉକ୍ତ ସ୍ପର୍ମ ଡୋନରଙ୍କ ସହ କଥା ହୋଇଥିଲେ ଯିଏ କି କୋଚିଂ କ୍ଲାସ୍ କରୁଥିଲେ । ଡୋନର ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ନେଇ ଜାଣିବା ପରେ ସଂଗୀତା ଦୁଃଖ ପ୍ରକାଶ କରିଥିଲେ ।

Pati Patni Aur Sperm Donor In Ahmedabad 181 Abhayam Helpline Case

ଲକଡାଉନରେ ଚାଲିଗଲା ଚାକିରି, ଛାଡ଼ିଦେଲା ପ୍ରେମିକ
କାଉନସିଲର କହିବା ଅନୁଯାୟୀ- ସଂଗୀତା ଓ ଡୋନରଙ୍କ ମଧ୍ୟରେ ସମ୍ପର୍କ ଗଭୀର ହେବାରେ ଲାଗିଥିଲା । ଉଭୟ ସମ୍ପର୍କରେ ରହିଥିଲେ । ଏପରିକି ଡୋନର ସଂଗୀତଙ୍କ ଛୁଆର ଦାୟିତ୍ୱ ନେବା ଆରମ୍ଭ କରି ଦେଇଥିଲେ । ଏହି ସମୟରେ ସଂଗୀତା ଆଉ ଥରେ ଗର୍ଭବତୀ ହୋଇଥିଲେ । ସଂଗୀତା ବିବାହ କଥା କହିବାକୁ ଡୋନର ମନା କରିଥିଲେ । ଲକଡାଉନରେ ସଂଗୀତାଙ୍କ କାମ ବନ୍ଦ ହୋଇଯାଇଥିଲା । ଏହା ପରେ ଡୋନର ଦୁଇ ଛୁଆଙ୍କୁ ନେଇ ପଳାଇବା ସହ ସଂଗୀତାଙ୍କ ସହ ରହିବାକୁ ମନା କରି ଦେଇଥିଲା ।

୧୮୧କୁ ସାହାଯ୍ୟ ନିବେଦନ
ତା’ପରେ ସଂଗୀତାଙ୍କ ପାଖରେ ଆୟର କୌଣସି ମାଧ୍ୟମ ନଥିବା ବେଳେ ଜମା ଟଙ୍କା ମଧ୍ୟ ସରି ଆସିଥିଲା । ଘର ମାଲିକ ମଧ୍ୟ ଘରୁ ବାହାର କରିଦେଲା । ସେ ଗର୍ଭବତୀ ଥିବାରୁ ଅଭ୍ୟମ ୧୮୧କୁ ସହାୟତା ମାଗିଥିଲେ । ଏବେ ସେଠାରେ ଅଛନ୍ତି ।

Leave a Reply