ମହିଳା ପଥର ମାଫିଆଙ୍କ ଦବଙ୍ଗଗିରି, ରୁବାବ୍‌ ଦେଖାଇ ଛଡ଼ାଇ ନେଲେ ଜବତ ଗାଡ଼ି..!

1 min read
Pathara Mafia

ଢେଙ୍କାନାଳ: ଢେଙ୍କାନାଳରେ ସକ୍ରିୟ ପଥର ମାଫିଆ । ଚଢାଉ ବେଳେ ସରକାରୀ କମର୍ଚାରୀଙ୍କ ଉପରେ ମାଫିଆଙ୍କ ଦାଦାଗିରି । ଆଉ ଏଥର ଏହି ମାଫିଆ ଗ୍ୟାଙ୍ଗ କିଙ୍ଗ୍‌ ପିନ୍‌ ରହିଛନ୍ତି ଜଣେ ମହିଳା ।

କୌଣସି ସୂତ୍ରରୁ ଖବର ପାଇ ଅଧରାତିରେ ସଦର ତହସିଲଦାର ଓ ତାଙ୍କ ଟିମ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ପାରିଖେଦା ବେଆଇନ୍‌ ପଥର ଖାଦାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ଗୋଟିଏ ପଥର ଟ୍ରକ ଜବତ ମଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ପଥର ମାଫିଆମାନେ ତହସିଲଦାର ଓ ତାଙ୍କ ଟିମ୍‌ ଉପରେ ଆକ୍ରମଣ କିଇଥିଲେ । ଏବଂ ତହସିଲଦାର ଜବତ କରିଥିବା ଗାଡିକୁ ଛଡ଼ାଇ ନେଇଥିଲେ ।

PATHARA Mafia

ସୂଚନା ଅନୁସାରେ କିଛି ଲୋକ ହଠାତ୍‌ ରାତି ଅଧରେ ଆସି ଗାଡ଼ି ଜବତ ବେଳେ ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଓ ଗାଳି ଗୁଳଜ କରିଥିଲେ । ପରେ ଭୟଭୀତ କରାଇ ଜବତ ଗାଡ଼ି ନେଇ ପଳାଇ ଯାଇଥିଲେ ।

https://www.facebook.com/NandighoshaTV/videos/289562032154565/

ତେବେ ଏହି ଘଟଣାରେ ନନ୍ଦିଘୋଷ ଟିଭି ହାତରେ exclusive visual ରହିଛି । ଭିଡିଓରେ ମହିଳା ପଥର ମାଫିଆ ଜଣକ ଗାଡି ଆଗରେ ଛିଡ଼ା ହୋଇ ଗାଳି ଗୁଳଜ ସହ ରୋବାବ୍‌ ଝାଡୁଥିବା ଦେଖାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ମହିଳା ମାଫିଆ ଜଣକ କେତେ ଦୁର୍ଦ୍ଦାନ୍ତ । ତେବେ ଏ ସମ୍ପର୍କରେ ସଦର ତହସିଲଦାର ଜୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତି କରି ରବିବାର ଗାଡ଼ି ସହ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଘଟଣାର ମୁଖ୍ୟ ବା କିଙ୍ଗ୍‌ପିନ୍‌ କୁହାଯାଉଥିବା ମହିଳା ମାଫିଆ ଏବେ ବି ଫେରାର ଥିବା ଜଣାପଡ଼ିଛି ।

Leave a Reply