ପଠାନ୍ ଫିଲ୍ମ ପାଇଁ ଦୀପିକା ୧୫ କୋଟି , ଜନ୍ ୨୦ କୋଟି ଜାଣନ୍ତୁ ଶାହରୁଖ କେତେ…?

1 min read

ମୁମ୍ବାଇ: ବଲିଉଡର ବାଦଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଏହି ଅଭିନେତାଙ୍କ ଫିଲ୍ମ ବିଷୟରେ ଏବେ ଚର୍ଚ୍ଚା ଜୋର ଧରିଛି । ବଡ ବଜେଟରେ ତିଆରି ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ର ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଶାହାରୁଖ ଖାନଙ୍କ ପାରିଶ୍ରମିକ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଶାହାରୁଖ ଖାନ ନିର୍ମାତାଙ୍କ ସହ ଡିଲ୍ କରିଛନ୍ତି । ଏହି ଡିଲ୍ ଅନୁଜାୟୀ ଅଭିନେତା ଫିଲ୍ମରୁ ମିଳିବାକୁ ଖିବା ଲାଭ ଉପରେ ନିଜ ଅଂଶ ନେବାକୁ ଚାହୁଁଛନ୍ତି ।

ସୂଚନା ଅନୁସାରେ, ଶାହାରୁଖ ଫିଲ୍ମର ଲାଭରେ ୪୫ ପ୍ରତିଶତ ଅଂଶୀଦାର ହେବାକୁ ଯାଉଛନ୍ତି । ଯଦି ଏହି ଖବର ସତ ହୁଏ ତେବେ ପଠାନରେ ଶାହାରୁଖଙ୍କ ପାରିଶ୍ରମିକ ବହୁତ ଅଧିକ ହେବ । ସରଳ ଶବ୍ଦରେ, ଯଦି ଫିଲ୍ମ ୧୦୦ କୋଟି ରୋଜଗାର କରେ, ତେବେ ଶାହାରୁଖ ଏଥିରୁ ୪୫ କୋଟି ଟଙ୍କା ନେବେ ଯାହା ତାଙ୍କ ପାରିଶ୍ରମିକ ଭାବେ ରଖାଯିବ ।

କୁହାଯାଉଛି ଯେ, ୟସ ରାଜ ଫିଲ୍ମ ବ୍ୟାନର ଏବଂ ଶାହରୁଖ ଖାନଙ୍କ ମଧ୍ୟରେ ସବୁ ବେଳେ ଏଭଳି ଡିଲ୍ ହୋଇଆସୁଛି ଯେଉଁଠାରେ ଅଭିନେତାମାନେ ସିଧାସଳଖ ଲାଭର ଅଂଶଧନ ଦାବି କରନ୍ତି । ଏହି ଧାରାରେ ଫିଲ୍ମ ପଠାନ ମାଧ୍ୟମରେ ମଧ୍ୟ ସମାନ ପରମ୍ପରା ପାଳନ କରାଯାଉଛି । YRF (ୟସ ରାଜ ଫିଲ୍ମ ବ୍ୟାନର) ସହିତ ଶାହାରୁଖଙ୍କର ବହୁତ ଭଲ ସମ୍ପର୍କ ଅଛି, ସେମାନେ ଅନେକ ବଡ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ଏହି କାରଣରୁ, ଶାହରୁଖ ସିଧାସଳଖ ପଠାନ ଫିଲ୍ମର ଲାଭରେ ଭାଗ ନେଉଛନ୍ତି ।

ସୂଚନା ଯୋଗ୍ୟ ଯେ, ପଠାନରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଅଧିକ ପାରିଶ୍ରମିକ ନେଉଛନ୍ତି । ଗୋଟିଏ ପଟେ ଜନ୍ ୨୦ କୋଟି ଟଙ୍କା ନେଉଥିବାବେଳେ ଦୀପିକା ଫିଲ୍ମ ପାଇଁ ୧୫ କୋଟି ନେଉଛନ୍ତି ।

ଆଶ୍ଚର୍ଯ୍ୟର କଥା, ୟଶ ରାଜ ଫିଲ୍ମସ ଏପର୍ଯ୍ୟନ୍ତ ପଠାନଙ୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଶାହାରୁଖାଙ୍କ ପ୍ରତ୍ୟକ କାର୍ଯ୍ୟକଳାପ ଚିର୍ଚ୍ଚାରେ ରହିଛି । କୁହାଯାଉଛି ଯେ ସଲମାନ ଖାନ ମଧ୍ୟ ପଠାନରେ ଏକ କ୍ୟାମିଓ କରିବେ । ଏହି ଚଳଚ୍ଚିତ୍ରରେ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖାଯାଇଛି।

Leave a Reply