ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍

1 min read

ନୂଆଦିଲ୍ଲୀ: ବାବା ରାମଦେବଙ୍କ କରୋନା ଔଷଧର ବଜାର ପ୍ରବେଶ । ପତଞ୍ଜଳି ପ୍ରସ୍ତୁତ କରିଥିବା କରୋନା ମେଡିସିନ କୋରୋନିଲ୍‌କୁ ଆୟୁଷ ମନ୍ତ୍ରଣାଳୟ ଗ୍ରୀନ୍ ସିଗନାଲ ଦେଇଛି । ଏହି ଔଷଧ CoPP WHO GMP ସାର୍ଟିଫିକେଟ୍ ପାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଗୁରୁ ବାବା ରାମଦେବ ଏବେ କୋରୋନିଲ ଯୋଗେ କରୋନା ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି । ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ନୀରିକ୍ଷା କରାଯାଇ ଏହି ମେଡିସିନ ପ୍ରସ୍ତୁତ କରାଯାଇଛି ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି। କରୋନିଲ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ।

ପତଞ୍ଜଳି ପକ୍ଷରୁ କୋରୋନିଲ ମେଡିସିନକୁ ନେଇ କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ମଧ୍ୟ ଜାରି କରାଯାଇଛି। ଆୟୁଷ ଚିକିତ୍ସା ପଦ୍ଧତିରେ ନୁଆ କୋରୋନିଲ ମେଡିସିନକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ଯୋଗ ଓ ଆୟୁର୍ବେଦକୁ ବୈଜ୍ଞାନିକ ପ୍ରମାଣପତ୍ର ସହ ସାରା ବିଶ୍ୱରେ ସ୍ଥାପିତ କରିବାକୁ ଭାରତ ଚେଷ୍ଟା କରୁଛି। ଏବେ ଚିକିତ୍ସା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି ବୋଲି ବାବା ରାମଦେବ କହିଛନ୍ତି । ସେପଟେ DGCA ପରେ କୋରୋନିଲକୁ WHO ପକ୍ଷରୁ ବ୍ୟବହାର ଅନୁମତି ମିଳିଛି । ବିଶ୍ୱର ୧୫୪ ଦେଶରେ କୋରୋନିଲ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ବୋଲି ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି।

Leave a Reply