୬ ଜଣଙ୍କ ହତ୍ୟାରେ କିଏ ସମ୍ପୃକ୍ତ ? ୯ ଜଣଙ୍କୁ ଜେରା କରୁଛି ପୋଲିସ

1 min read
Patanagarh Six People OF A Family Murder Case, Police Interrogated 9 Persons

ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ପଛରେ କିଏ ? ଗୋଟିଏ ପରିବାରର ଛଅ ଜଣଙ୍କୁ ମର୍ଡର ପ୍ଲାନ୍‌ରେ ରହିଛି କାହାର ସମ୍ପୃକ୍ତି ? ଆଗରୁ ୪ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ପୁଣି ୫ ଜଣଙ୍କୁ ଜିଲ୍ଲା ବାହାରୁ ଉଠାଇ ଆଣିଛି ପୋଲିସ । ହତ୍ୟା ରହସ୍ୟ ଉପରୁ ପରଦା ହଟାଇବାକୁ ୯ ଜଣଙ୍କୁ କରୁଛି ଜେରା । ସେପଟେ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଛି ପୋଲିସର ଆଉ ଏକ ଟିମ୍ ।

 Patanagarh Six People OF A Family Murder Case, Police Interrogated 9 Persons

ପୂରା ପରିବାରକୁ ନିପାତ ପ୍ଲାନ୍ କାହାର ? ଷଡ଼ଯନ୍ତ୍ରର ଅଡୁଆ ସୂତା ଭିତରେ ଛନ୍ଦି ହୋଇଛି କୁସୁମପଡ଼ାର ବୀଭତ୍ସ କ୍ରାଇମ୍ । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପ୍ରଥମେ ବାବୁଲା ଜାନୀଙ୍କ ଦୁଇ ପୁଅ ଭୋଳା ଏବଂ ଶିବାଙ୍କୁ ଅଟକ ରଖିଥିଲା ପୋଲିସ । ଜେରା ବେଳେ ମିଳିଥିବା ତଥ୍ୟ ଆଧାରରେ ବାପା ବାବୁଲା ଜାନୀ ଓ ଭିଣୋଇଙ୍କୁ ଅଟକ ରଖିଛି ପୋଲିସ । ସେପଟେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ନବରଙ୍ଗପୁରରୁ ଆଉ ୫ ଜଣଙ୍କୁ ଉଠାଇ ନେଇଛି । ସମସ୍ତଙ୍କୁ ମୁହାଁମୁହିଁ ଜେରା କରୁଛନ୍ତି ଅତିରିକ୍ତ ଏସପିଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ଟିମ୍ । ସେପଟେ ରାଜ୍ୟ ବାହାରକୁ ଯାଇଛି ପୋଲିସର ଏକ ଟିମ୍ ।

 Patanagarh Six People OF A Family Murder Case, Police Interrogated 9 Persons

ମଙ୍ଗଳବାର ବିଳମ୍ବିତ ରାତିରେ ରକ୍ତରଞ୍ଜିତ ହୋଇଥିଲା କୁସୁମପଡ଼ା । ଗୋଟିଏ ପରିବାରର ୬ଜଣଙ୍କୁ କରାଯାଇଥିଲା ହତ୍ୟା । ୬ଟି ଦିଗକୁ ନେଇ ତନାଘନା ଚଳାଇଛି ପୋଲିସ । ନାମକରଣ, ଚୋରା ବନ୍ଧୁକ, ଚୋରି ସୁନା, ଖୁଡ଼ି-ପୁତୁରା ପ୍ରେମ, ପୂର୍ବରୁ ପୁଅକୁ ହତ୍ୟା, ଜମିବାଡ଼ି ବିବାଦ ଆଧାରରେ ତଦନ୍ତ ଚାଲିଛି । ପୂରା ପରିବାରକୁ ହତ୍ୟା ପାଇଁ କାହିଁକି ରଚାଯାଇଥିଲା ଷଡ଼ଯନ୍ତ୍ର ? ଘର ଭିତରେ କାହିଁକି ଖୋଳାଯାଇଥିଲା ଦୁଇ ଫୁଟ୍‌ର ଗାତ ? ହତ୍ୟା ପଛର ପ୍ରକୃତ କାରଣ କ’ଣ ? ଜାରି ରହିଛି ସସ୍‌ପେନ୍‌ସ ।

Leave a Reply