କରୋନା ପାଇଁ ନୂଆ ନିୟମ, ଜାଣନ୍ତୁ କାହା ପାଇଁ ଉଦ୍ଦିଷ୍ଟ କେଉଁ ରଙ୍ଗର ପାସ୍

ନୂଆଦିଲ୍ଲୀ: ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ବା ପାର୍ଲିଆମେଣ୍ଟ ପରିଦର୍ଶନ ଉପରେ କଟକଣା । ମହାମାରୀ ପ୍ରାଣଘାତୀ କରୋନା ପାଇଁ ସଂସଦ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି । ହୋଲି ପରେ ଅର୍ଥାତ୍ ମାର୍ଚ୍ଚ ୧୧ରୁ କେହି ଆଗନ୍ତୁକ ସଂସଦ ପରିଦର୍ଶନ କରିପାରିବେ ନାହିଁ । ଉଭୟ ସଂସଦର ସଦସ୍ୟ ଆସନ୍ତା ୧୧ ତାରିଖରୁ ପାର୍ଲିଆମେଣ୍ଟ ପରିସରରେ ପରିଦର୍ଶନକାରୀଙ୍କୁ ଭେଟି ପାରିବେ ନାହିଁ ।ହୋଲି ପରେ ୧୧ ତାରିଖରୁ ସଂସଦକୁ ସାଂସଦମାନେ କାହାରିକୁ ନେଇ ପାରିବେ ନାହିଁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହ କରୋନାର ଭୟାବହତାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଭାଇରସ୍ ସଂକ୍ରମଣ ରୋକିବାକୁ ଆଡଭାଇଜରି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସଂସଦ ପରିସରରେ ଅଧିକ ଗହଳି ନକରିବାକୁ କୁହାଯାଇଛି । ଏନେଇ ସଂସଦ ପରିସରରେ ଥିବା ସବୁ ରାଜନୀତିକ ଦଳର କାର୍ଯ୍ୟାଳୟକୁ ମଧ୍ୟ ଜଣାଇ ଦିଆଯାଇଛି । ଏଥିପାଇଁ କଲର କୋଡେଡ୍ ପାସର ବ୍ୟବସ୍ଥା କରାଯାଇଛି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି

ପବ୍ଲିକ୍ ଗ୍ୟାଲେରୀ ପାଇଁ ଧଳା ରଙ୍ଗର ପାସ୍ ରହିଛି । ଯାହାକି କେବଳ ଗୃହର କାର୍ଯ୍ୟକ୍ରମ ଦେଖିବା ପାଇଁ ଉଦ୍ଦିଷ୍ଟ । ଏଥିସହ ଗୃହ କାର୍ଯ୍ୟ ସରିବା ମାତ୍ରେ ଭ୍ରମଣକାରୀ ଯେପରି ସଂସଦ ଛାଡ଼ନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସୁରକ୍ଷାକର୍ମୀଙ୍କୁ କୁହାଯାଇଛି । ସେହିପରି ବୁଲିବାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ବ୍ଲୁ ବା ନୀଳ ରଙ୍ଗର ପାସ୍ ଦିଆଯିବ । ସାଂସଦ ସେମାନଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତିଙ୍କୁ ସଂସଦ ପରିସରରେ ଦେଖା ନକରି ରିସେପସନ୍ ଏରିଆରେ ଦେଖିବାକୁ କୁହାଯାଇଛି ।

ଏବେ ଯାଏଁ ୧୦୬ ଜଣଙ୍କ ମୃତ୍ୟୁ; ସାମାନ୍ୟ ଥଣ୍ଡା ନା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ

ସେହିଭଳି ରାଜ୍ୟସଭା ଓ ଲୋକସଭାର ଅଧ୍ୟକ୍ଷ, ସାଧାରଣ ସଚିବ, ପ୍ରଧାନମନ୍ତ୍ରୀ, ବାଚସ୍ପତି, ଉପ ବାତସ୍ପତି, ମନ୍ତ୍ରୀ ଓ ମନ୍ତ୍ରାଳୟ ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ରେଡ୍ କଲର ପାସ୍ କରାଯାଇଛି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟରେ ପାସକୁ ଦେଖାଇ ସେମାନେ ସଂସଦ ଆସିପାରିବେ ।

ଏବେ ଯାଏଁ ୧୦୬ ଜଣଙ୍କ ମୃତ୍ୟୁ; ସାମାନ୍ୟ ଥଣ୍ଡା ନା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ

Leave a Reply