ଧାର୍ଯ୍ୟ ସମୟ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ

1 min read
Parliament Monsoon Session Ends Lok Sabha Adjourns Sine Die

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭା । ସମୟ ପୂର୍ବରୁ ସ୍ଥଗିତ ହେଲା ସଂସଦର ମୌସୁମୀ ଅଧିବେଶନ । କରୋନା ମହାମାରୀ ସଂକ୍ରମଣ ଭିତରେ ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ଅଧିବେଶନର ନିର୍ଦ୍ଧାରିତ ଦିନ ଠାରୁ ୮ ଦିନ ପୂର୍ବରୁ ରାଜ୍ୟସଭା ଭଳି ଲୋକସଭାକୁ ସ୍ଥଗିତ ରଖାଯାଇଛି । ଛୋଟ ଅବଧିର ଅଧିବେଶନରେ ୨୫ଟି ବିଧେୟକ ପାରିତ ହୋଇଛି । ବିପକ୍ଷଙ୍କ ବରୋଧ ଭିତରେ ବିଧେୟକ ପାସ୍ ହୋଇଥିବା ବେଳେ ରବିବାର ୮ ଜଣ ସାଂସଦ ଅଧିବେଶନରୁ ନିଲମ୍ବିତ ହୋଇଥିଲେ ।

Rajya Sabha Passes Two Farm Bills By Voice Vote Amid Protests By Opposition

ରାଜ୍ୟସଭା ସଭାପତି ଏମ୍. ଭେଙ୍କିୟା ନାଇଡୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ପୂର୍ବରୁ ପାରମ୍ପରିକ ଭାବେ ସମ୍ବୋଧନ କରିଥିଲେ । କହିଥିଲେ- ଅଧିବେଶନ କେତେକ ମାମଲା ପାଇଁ ଐତିହାସିକ ହୋଇ ରହିବ । କାରଣ ଉଚ୍ଚ ସଦନରେ ସଦସ୍ୟଙ୍କ ବସିବା ପାଇଁ ନୂଆ ବ୍ୟବସ୍ଥା କରାଯାଇଥିଲା । ସଦସ୍ୟ ବସିବା ପାଇଁ ୫ ଗୋଟି ଅଲଗା ସ୍ଥାନର ବ୍ୟବସ୍ଥା ହୋଇଥିଲା । ପୂର୍ବରୁ ଏଭଳି କେବେ ହୋଇନଥିଲା । ଏହାବାଦ୍ ଗୃହକାର୍ଯ୍ୟ ଲଗାତାର ୧୦ ଦିନ ପାଇଁ ଚାଲିଥିଲା । ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିଥିଲା ।

Parliament Monsoon Session Ends Lok Sabha Adjourns Sine Die

ସେହିଭଳି ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ମଧ୍ୟ କରୋନା ମହାମାରୀ ଭିତରେ ଅଧିବେଶନ ଆୟୋଜନକୁ ଐତିହାସିକ କହିଛନ୍ତି । ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ୧୦ଟି ବୈଠକ ବିନା ଛୁଟିରେ ହୋଇଥିଲା ।

Leave a Reply