ଚାଷୀଙ୍କ ନିଆଁରେ ଘିଅ; ବିଲକୁ ବିରୋଧକରି ଫେରାଇଲେ ସମ୍ମାନ

1 min read

ନୂଆଦିଲ୍ଲୀ: ଥମୁନି ଆନ୍ଦୋଳନ । କମୁନି ଗର୍ଜନ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ରାଜଧାନୀରେ ଲାଗିଥିବା ନିଆଁ । ଗୋଟେପଟେ ସରକାର କରୁଛନ୍ତି ଆଲୋଚନା । ଅନ୍ୟପଟେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ପଞ୍ଜାବ -ହରିଆଣାର କୃଷକ ମାନେ ଏବେ ମଧ୍ୟ ରାଜଧାନୀର ରୋଡ ଉପରେ ଅଡି ବସିଛନ୍ତି । ସେପଟେ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବାକୁ ଆରମ୍ଭ ହୋଇଛି ନୂଆ ତରିକା । ଦୁଇ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଫେରାଇବାରେ ଲାଗିଛନ୍ତି ‘ପଦ୍ମଶ୍ରୀ ସମ୍ମାନ’। ସମ୍ମାନ ଫେରାଇବାର ସିଲସିଲା ଏବେ ଜୋର ଧରିଛି ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଫେରାଇ ଦେଇଛନ୍ତି ପଦ୍ମ ବିଭୂଷଣ ପୁରସ୍କାର । ସେହିପରି ଅକାଳୀ ଦଳର ନେତା ସୁଖଦେବ ସିଂ ଢୀଢସା ମଧ୍ୟ ପଦ୍ମ ଭୂଷଣ ପୁରସ୍କାର ଫେରାଇବାକୁ କରିଛନ୍ତି ଘୋଷଣା । ପ୍ରକାଶ ସିଂ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅର୍ଜନ କରିଥିବା ସମ୍ମାନ ଫେରାଇ ଦେଇଥିବାବେଳେ ସମାନ ବାଟ ଆପଣେଇବେ ବୋଲି ଧମକ ଦେଇଛନ୍ତି ସୁଖଦେବ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଦୀର୍ଘ ୮ ଦିନ ଧରି ଆନ୍ଦୋଳନ ଥମୁ ନଥିବା ବେଳେ ଏପଟେ ସମ୍ମାନ ଫେରାଇବା କାର୍ଯ୍ୟ କେନ୍ଦ୍ର ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦୁଇ ପୃଷ୍ଠା ସମ୍ବଳିତ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ଚିଠିରେ ସେ ଉଲ୍ଲେ ଖ କରିଛନ୍ତି, କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ବିଲ ଘୋର କୃଷି ବିରୋଧି । ଏବଂ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଥିବା କୃଷକଙ୍କୁ ସରକାରଙ୍କ ହାତବାରିସି ସାଜିଥିବା ପୋଲିସ ଯେପରି ଦମନ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ମୁଁ ଘୋର ବିରୋଧ କରୁଛି ବୋଲି କହିଛନ୍ତି ପ୍ରକାଶ ।

ମୁଁ ଏତେ ଗରିବ ଯେ, କୃଷକଙ୍କ ପାଇଁ ପ୍ରାର୍ଥନା କରିବା ଛଡା ମୋ ପାଖରେ ଆଉ କିଛି ନାହିଁ । ମୁଁ ଯାହା ହୋଇଛି ଏଇ କୃଷକଙ୍କ ପାଇଁ । ତେଣୁ ତାଙ୍କ ସହ ଘଟୁଥିବା ଅନ୍ୟାୟ, ଅନୀତି ଏବଂ ଦମନନୀଳୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସିଧା ସିଧା ଚିଠିରେ ଲେଖିଛନ୍ତି ପ୍ରକାଶ ସିଂ ବାଦଲ । ପୀର୍ବରୁ ଏହି କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ପ୍ରକାଶ ସିଂ ବାଦଲଙ୍କ ବୋହୂ ହରସମିତ କୌର ବାଦଲ । ସ୍ଥିତି ଏମିତି ହେଲା ଯେ, NDA ସରକାରର ଘନିଷ୍ଠ ତଥା ସର୍ବପ୍ରଥମ ସହଯୋଗୀ ଦଳ ତାଲିକାରୁ ମଧ୍ୟ ବାଦ ନେଇଥିଲେ ପ୍ରକାଶ ସିଂ ବାଦଲ । ଆଉ ସର୍ବଶେଷରେ ଏବେ ପଦ୍ମ ବିଭୂଷଣ ସମ୍ମାନକୁ ମଧ୍ୟ ଫେରାଇଦେଇଛନ୍ତି ଶିରୋମଣୀ ଅକାଳୀ ଦଳର ଏହି ବରିଷ୍ଠ ନେତା ।

Leave a Reply