ପରୀ ହତ୍ୟା ମାମଲା : କେମିତି ସନ୍ଦେହ ଘେରକୁ ଆସିଲା ଅଭିଯୁକ୍ତ ସରୋଜ ସେଠୀ ?

1 min read

ଭୁବନେଶ୍ୱର: ପରୀ ମୃତ୍ୟୁ ନେଇ ପ୍ରତିଶୋଧର ନିଆଁରେ ଜଳୁଛି ସାରା ଓଡ଼ିଶା । ପରୀକୁ ନ୍ୟାୟ ଦେବା ହେଉଛି ସମସ୍ତଙ୍କ ଦାବି । ରାଜରାସ୍ତାରୁ ଆରମ୍ଭକରି ବିଧାନସଭା ଗୃହ, ଦୋଷୀକୁ ନ୍ୟାୟ ଦାବିରେ ଉଠୁଛି ପଡ଼ୁଛି । ନ୍ୟାୟ ପାଇଁ ରାଜ୍ୟର ପ୍ରତି ରାସ୍ତାରେ ହେଉଛି କ୍ୟାଣ୍ଡେଲ ମାର୍ଚ୍ଚ । ଆଉ ଏହାରି ଭିତରେ ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଓଡିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବା SIT । ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ଏସ୍‌ଆଇଟି ଟିମ୍ ଜେରା ବେଳେ ଆହୁରି ତଥ୍ୟ ଆଦାୟ  କରିପାରେ  ।

ଗଲା କିଛି ଦିନ ହେଲା  ପରୀ ହତ୍ୟାଘଟଣାକୁ କେନ୍ଦ୍ରକରି ରାଜ୍ୟ ରାଜନୀତି  ଜୋର୍‌ ଧରିଥିଲା । ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରଦଶର୍ନ କରାଯାଇଥିଲା । ରାଜ୍ୟ ସରକାର ନାବାଳିକା ପରୀର ପରିବାରକୁ ନ୍ୟାୟ ପ୍ରଦାନ କରିବା ଉେଦ୍ଦେଶ୍ୟରେ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାକାରୀ ଦଳ ଗଠନ କରିଥିଲେ । ଏସ୍‌ଆଇଟି ତନାଘନା କରି ଏବେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଆବଶ୍ୟକ ତଥ୍ୟ ପ୍ରମାଣ ମଧ୍ୟ ହାସଲ କରିଥିବା ପ୍ରକାଶ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି

ସରୋଜ ପାଖରେ SIT ପହଞ୍ଚିଲା କେମିତି?  

ଅନ୍ୟ କାହା ଉପରେ ସନ୍ଦେହ ନକରି ସରୋଜ ସେଠୀ ଉପରେ ସନ୍ଦେହ କଲା କାହିଁକି ?

ଏଥିପାଇଁ SIT କି ପ୍ରକାର ତଦନ୍ତ ବ୍ୟବସ୍ଥା ଆପଣାଇଥିଲା ?

ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ଘର ବୁଲି ଟିକିନିଖି ଯାଞ୍ଚ କରିଥି SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT । ଖାଲି ସେତିକି ନୁହେଁ । ସନ୍ଦେହର କେବଳ ଗୋଟିଏ କାରଣ ନଥିଲା ।

ସେତେବେଳେ ସନ୍ଦେହ ଘେରରେ ଥିବା ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ସେପଟେ ପଲିଗ୍ରାଫ ଟେଷ୍ଟ ରେ ଅରାଜି ହେବା । ପଲିଗ୍ରାଫ ଟେଷ୍ଟ ପାଇଁ ଅରାଜି ହେବାରୁ ତାକୁ ତା’ ଘର ଲୋକ ବୁଝାଇଥିଲେ । ଆଉ ସେତେବେଳେ ସରୋଜ କହିଥିଲେ ପଲିଗ୍ରାଫ ଟେଷ୍ଟ କଲେ ମୋତେ ଫାଶୀ ହୋଇଯିବ ବୋଲି ସରୋଜ କହିବା ଏବଂ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଆରୋପ ଶୁଣି ପ୍ରଥମେ ଚିହିଙ୍କି ପଡ଼ିବା । ଏଭଳି ଅନେକ ପ୍ରମାଣ ସରୋଜର ଅଜାଣତରେ SIT ହାତେଇଥିଲା ।

 

 

 

Leave a Reply