ପରୀ ହତ୍ୟା ମାମଲା: ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ, ଦୁଷ୍କର୍ମ ପରେ ହତ୍ୟା ଉଲ୍ଲେଖ

1 min read

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା SIT । କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ପୀଡ଼ିତାଙ୍କ ଫ୍ରକ୍‌ ଉପର ପାର୍ଶ୍ୱରୁ ପୁରୁଷ ସିମେନ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସାକ୍ଷୀ ତାଲିକା ଓ ଜବତ ସାମଗ୍ରୀ ସଂପର୍କରେ ତଥ୍ୟ ରଖିଛି SIT । ଦୁଷ୍କର୍ମ ଏବଂ ହତ୍ୟା ନେଇ ଚାର୍ଜସିଟରେ ଦର୍ଶାଯାଇଛି । ଅଭିଯୁକ୍ତ ପଡ଼ୋଶୀ ହୋଇଥିବାରୁ ପୀଡ଼ିତା ଘରକୁ ବାରମ୍ବାର ଆସୁଥିଲା । ଅଭିଯୁକ୍ତ ଘର ପାଖରୁ ମିଳିଥିଲା ନାବାଳିକାର ମୃତଦେହ । ଏହି ଆଧାରରେ ଅଭିଯୁକ୍ତ ଉପରେ ସନ୍ଦେହ ହୋଇଥିଲା । ଅଭିଯୁକ୍ତ ଲାଏ ଡିଟେକ୍ସନରେ ଦୋଷ ସ୍ୱୀକାର କରିଛି । ଏହାର ଅଡିଓ-ଭିଜୁଆଲ୍ SIT ପାଖରେ ରହିଥିବା ଉଲ୍ଲେଖ ରହିଛି ଚାର୍ଜସିଟରେ ।

SIT Arrested One Accused  In Pari Murder Case

CRPC-୧୬୪ରେ ମାଜିଷ୍ଟ୍ରେଟଙ୍କ ଆଗରେ ୨ ଜଣ ସାକ୍ଷୀ ଏନେଇ ବୟାନ ଦେଇଛନ୍ତି । ଅଖା ବ୍ୟାଗ୍ ବାନ୍ଧିବା ପାଇଁ ଜିଆଇ ତାର ଭାଙ୍ଗିଥିଲା ଅଭିଯୁକ୍ତ । ଯେଉଁ ଲମ୍ବା ତାରରେ ଭାଙ୍ଗିଥିଲା, ତାହା ଜବତ କରାଯାଇଛି । ନାବାଳିକାର କୌଣସି ଅଙ୍ଗପ୍ରତ୍ୟଙ୍ଗ ଗାଏବ ହୋଇନାହଁ । ମୃତଦେହ ଉପରେ ରାସାୟନିକ ପ୍ରଲେପ ଦିଆଯାଇନଥିବା ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋରୁ ସ୍ପଷ୍ଟ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଜୁଭିନାଲ୍ ଜଷ୍ଟିସ୍ ବୋର୍ଡରେ ଥିବା ମାମଲାକୁ ଚିଲ୍‌ଡେନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ପରେ କୋର୍ଟ ତାକୁ ନାବାଳକ ବୋଲି କହିଥିଲେ । ଖେଳୁଥିବା ସମୟରେ ପରୀକୁ ଅପହରଣ କରାଯାଇଥିବା ବେଳେ କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply