୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ବିରୋଧୀ ଉଠାଇଲେ ପରୀ ମୃତ୍ୟୁ ଓ ଦାଦନ ସମସ୍ୟା ପ୍ରସଙ୍ଗ…

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜିର ଦିନରେ ଗୃହ ଆରମ୍ଭରୁ ପରୀ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ବ୍ୟାନର ଦେଖାଇ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । କୃଷିମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନାରବାଜି କରିଥିଲା । ବାଧ୍ୟହୋଇ ବାଚସ୍ପତି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ଦାଦନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି । ଦାଦନ ହେଉଛି ସବୁଠୁ ବଡ଼ ମହାମାରୀ, ଏବେ ଦାଦନ ମାନେ କାମ ନପାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଏମାନଙ୍କ କଥା ସରକାର ବୁଝନ୍ତୁ ବୋଲି ବିଜେପି ଦାବି କରିଛି ।

ଏହି ପ୍ରସଙ୍ଗ ଉପରେ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ବେଳେ ଆଜି ଗୃହରେ ଏନେଇ ଉତ୍ତର ରଖିବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ଏହାସହ ଆଜି ବଜେଟ୍ ଖର୍ଚ୍ଚ ନେଇ ଆଲୋଚନା ହେବ । ସେହିଭଳି ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply