ଏନ୍‌ଏସ୍‌ଡିର ଦାୟିତ୍ୱ ନେବା ପରେ ପରେଶ୍ କହିଲେ, ଏହା ଅତ୍ୟନ୍ତ ମଜାଦାର ଆଉ…

1 min read
Paresh Rawal

ନୂଆଦିଲ୍ଲୀ: ନ୍ୟାସନାଲ୍‌ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତାଥା ବିଜେପି ନେତା ପରେଶ ରାୱଲ । ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାଓ୍ୱଲ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ । ୨୦୧୭ ମସିହାରୁ ଏନଏସଡି ଏହି ଅଧ୍ୟକ୍ଷ ପଦ ଖାଲିପଡିଥିଲା । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ଅହମ୍ମଦାବାଦ ଇଷ୍ଟର ସାଂସଦ ଥିଲେ । ତାଙ୍କୁ ଆଗାମୀ ୪ ବର୍ଷ ପାଇଁ ଏନ୍‌ଏସ୍‌ଡିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ ପ୍ରହଲଦା ସିଂହ ପଟେଲ ଏନେଇ ଗୁରୁବାର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ନୂଆ ଦାୟିତ୍ୱ ପାଇବା ପରେ ପରେଶ କହିଛନ୍ତି ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଓ ମଜାଳିଆ ଦାୟିତ୍ୱ । ମତେ ଯେଉଁ ଦାୟିତ୍ୱ ଦିଆଯାଇଛି ମୁଁ ତାକୁ ସୂଚାର ରୂପେ ପାଳନ କରିବି ବୋଳି ପରେଶ କହିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଖ୍ୟାତ କଳାକାର ପରେଶ ରାଓ୍ୱଲଙ୍କ ଅନେକ ଅନେକ ଅଭିନନ୍ଦନ । ତାଙ୍କର ପ୍ରତିଭା ସାରା ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଦେଶର ଅନେକ କଳାକାର ଓ ଛାତ୍ରଛତ୍ରୀଙ୍କୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ନିଜ ଟ୍ୱିଟ୍‌ରେ କହିଛନ୍ତି ମନ୍ତ୍ରୀ ।

ଗତ ତିନି ଦଶନ୍ଧି ଧରି ପରେଶ ଏହି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି । ଇଣ୍ଡଷ୍ଟ୍ରୀକୁ ସେ ଖୁବ୍‌ ଭଲ ଭାବେ ଚିହ୍ନି ପାରିଛନ୍ତି । ୧୯୯୪ ମସିହାରେ ସେ ଅନେକ ଜାତୀୟ ପୁରସ୍କାରର ବିଜେତା ହୋଇଛନ୍ତି । ଏହାସହ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବରେ ମଧ୍ୟ ସେ ଆଓାର୍ଡ ପାଇଛନ୍ତି । ୨୦୧୪ ମସିହାରେ ସେ ସବୁଠୁ ଉଚ୍ଚ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ ।

Leave a Reply