ପ୍ରତିଦିନ ମଦ ପିଇ ଘରେ ବିଶୃଙ୍ଖଳା କରୁଥିଲା, ଅତିଷ୍ଠ ବାପା’ ମା’ କଲେ ଏମିତି କାମ

1 min read

ହାଇଦ୍ରାବାଦ: ପୁଅଟିଏ ପାଇବା ପାଇଁ ବାପା ମା କେତେ ଓଷାବ୍ରତ କରିଥା’ନ୍ତି  । ପୁଅଟି ଯେତେ ଭୁଲ କଲେବି ବାପା’ ମା’ ସବୁ ଭୁଲକୁ କ୍ଷମା କରିଦିଅନ୍ତି । ହେଲେ ତେଲେଙ୍ଗାନାରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଅସ୍ତବ୍ୟସ୍ତ କରି ପକାଇବ ।

ସୂଚନା ମୁତାବକ, ବାପା ପ୍ରଭାକର ଓ ମାତା ବିମଳା ତାଙ୍କ ପୁଅ ମହେଶ ଚନ୍ଦ୍ରଙ୍କ ପାଇଁ ଚିନ୍ତାଗ୍ରସ୍ତ ଥିଲେ । ମହେଶ ପ୍ରତିଦିନ ମଦ ପିଇ ଘରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ମଙ୍ଗଳବାର ରାତିରେ ମହେଶ ମଦ ପିଇ ଘରେ ମାର୍ ଧର୍  କରି ଆହୁରି ପଇସା ମାଗିଥିଲେ ।

ଏହା ପରେ ଦୁଇ ଦମ୍ପତି ଚିଡ଼ିଯାଇ ତାଙ୍କ ପୁଅକୁ ଏକ କୋଠରୀରେ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗେଇଦେଇଥିଲେ  । ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଛି ।

ପୋଲିସ୍ ସୂଚନା ମୁତାବକ, ମହେଶ୍ ପ୍ରତିଦିନ ମଦ୍ୟପାନ କରନ୍ତି  । ଏଥିପାଇଁ ସେ ତାଙ୍କ ସ୍ତ୍ରୀ ସହିତ ଝଗଡ଼ା କରିବାରୁ ସେ ୨ ମାସ ହେବ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ବାପଘରକୁ ଯିବ ପରେ ମହେଶ ପ୍ରତିଦିନ ବାପା ମା ଙ୍କ ସହ ପଇସା ପାଇଁ ଝଗଡ଼ା କରୁଥିଲେ।

ବାପା ମା’ଙ୍କ ନାଁ ରେ ଥିବା ଜାଗାକୁ ନିଜ ନାଁରେ କରିବା ପାଇଁ ମଧ୍ୟ ମହେଶ ସବୁଦିନ କଳି କରୁଥିଲେ ବୋଲି ଗାଁ ଲୋକମାନେ କହିଛନ୍ତି  । ମହେଶ ଉକ୍ତ ଜାଗାକୁ ବିକ୍ରି କରିବା ପାଇଁ ଚାହୁଁଥିବା ଗାଁ ଲୋକେ କହିଛନ୍ତି । ତାଙ୍କ ବାପା ମା’ ମହେଶ ଉପରେ ବିଶ୍ୱାସ କରୁ ନ ଥିବାରୁ ତା’ଙ୍କ ନାଁକୁ ସଂପତ୍ତି ହସ୍ତାନ୍ତର କରି ନ ଥିଲେ । ')}

Leave a Reply