ସ୍ୱାଧୀନତା ଦିବସ ପାଇଁ ଅନ୍ତିମ ପର୍ଯ୍ୟାୟ ପରେଡ୍, ୧୮ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ….

1 min read

ଭୁବନେଶ୍ୱର: କରୋନା କଟକଣା ଭିତରେ ଚଳିତବର୍ଷ ରାଜ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ । ଏ ନେଇ ଆଜି ଅନ୍ତିମ ପର୍ଯ୍ୟାୟ ରାଜ୍ୟସ୍ତରୀୟ ପରେଡ ରିହରସେଲ୍ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି । ଏହି ରିହରସାଲରେ ଏସଏସବି, ଓଡ୍ରାଫ , ଓଏସଏପି, ଏବଂ ୭ମ ବଟାଲିୟନ ବ୍ରାସବ୍ୟାଣ୍ଡ ଭାଗ ନେବେ । ତେବେ ପ୍ୟାରେଡ୍ ଯୋଗ ଦେବାକୁ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ କରିବେ ପତାକା ଉତ୍ତୋଳନ । ସେହିଭଳି ଚଳିତ ଥର ୧୮ଟି ଜିଲ୍ଲାରେ ବିଭିନ୍ନ ମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରିବେ ପତାକା ଉତ୍ତୋଳନ ।

ସେହିଭଳି ରଣେନ୍ଦ୍ର ସ୍ୱାଇଁ-କନ୍ଧମାଳ, ପଦ୍ମନାଭ ବେହେରା-ଗଞ୍ଜାମ, ପ୍ରତାପ ଜେନା-ମାଲକାନଗିରି, ଅରୁଣ ସାହୁ-କେନ୍ଦୁଝର, ସୁଦାମ ମାର୍ଣ୍ଡିଙ୍କୁ ନୟାଗଡ଼, ସୁଶାନ୍ତ ସିଂଙ୍କୂ ବାଲେଶ୍ୱର ଦାୟିତ୍ବ ପ୍ରଦାନ କରାଯାଇଛି । ସେପଟେ ସ୍ୱାଧୀନତା ଦିବସ ପାଳନ ପାଇଁ ସାପ୍ତାହିକ ସଟଡାଉନ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । ରାଉରକେଲା ମହାନଗର ନିଗମରେ ମଧ୍ୟ କଟକଣା କୋହଳ କରାଯାଇଛି ।

Leave a Reply