ଫିଲ୍ମ ‘ବାଜିରାଓ ମସ୍ତାନୀ’ର କଷ୍ଟ୍ୟୁମ୍ ସହ ମ୍ୟାଚ୍ ହେଉଛି ‘ପାନିପଥ’ର ହିରୋ-ହିରୋଇନଙ୍କ ଡ୍ରେସ୍ ଡିଜାଇନ୍

1 min read

ମୁମ୍ବାଇ : କ୍ରୀତି ସେନନ୍ ଓ ଅର୍ଜୁନ କପୁରଙ୍କ ଆଗାମୀ ଫିଲ୍ମ ପାନିପତର ଟ୍ରେଲର ନିକଟରେ ରିଲିଜ୍ ହୋଇଛି । ବାଜିରାଓ ମସ୍ତାନୀରେ ରଣବୀର ସିଂ ଓ ଦିପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ କଷ୍ଟ୍ୟୁମ୍ ସହ ପାନିପତରେ ଅଭିନେତା-ଅଭିନେତ୍ରୀ ବ୍ୟବହାର କରିଥିବା ବେଶଭୁଷାର ଷ୍ପଷ୍ଟ ତୁଳନା କରିହେଉଛି । ତେବେ ଏହାକୁ ନେଇ ପାନିପତର କଷ୍ଟ୍ୟୁମ୍ ଡିଜାଇନର୍ ନୀତା ଲୁଲ୍ଲା କହିଛନ୍ତି ଯେ, ସେ କେବେହେଲେ ଇତିହାସ ବଦଳାଇଦେଇ ପାରିବେ ନାହିଁ । ଅର୍ଥାତ୍ ଫିଲ୍ମର କାହାଣୀ ଅଲଗା ହେଲେବି ସମସ୍ତଙ୍କର ପରିପାଟୀ ଇତିହାସରେ ବର୍ଣ୍ଣିତ ହୋଇଥିବା ରାଣୀମାନଙ୍କ ପରିପାଟୀ ସଦୃଶ ହେବ । ଯାହା ବାଜୀରାଓ ମସ୍ତାନୀରେ ଦୀପିକା ଓ ପ୍ରିୟଙ୍କା ପିନ୍ଧିଥିଲେ ପାନିପତରେ ମଧ୍ୟ ସାମନ କଷ୍ଟ୍ୟୁମରେ ନଜରକୁ ଆସିଛନ୍ତି କ୍ରୀତି ସେନନ ।

ପାନିପତ୍ ସେହି ଯୁଗର କାହାଣୀ ଯେଉଁ ଯୁଗରେ ବାଜିରାଓ ମସ୍ତାନୀ ଥିଲେ ।

Image result for panipat and bajirao mastani
କ୍ରୀତି ସେନନ୍ ଓ ପ୍ରିୟଙ୍କା ଚୋପ୍ରା

ସଦାସିବରାଓ ଭାଓ ଭୂମିକାରେ ଅର୍ଜୁନ କପୁର ଅଭିନୟ କରୁଛନ୍ତି ଯିଏକି ବାଜିରାଓ ପେଶୱାଙ୍କ ଭଣଜା ହିସାବରେ ଦେଖାଯିବେ ଓ ପାର୍ବତୀ ବାଇ ଭୂମିକାରେ କ୍ରୀତି ସେନନ୍ ଅଭିନୟ କରୁଛନ୍ତି ଯିଏକି ସଦାସିବରାଓ ଭାଓଙ୍କ ପତ୍ନୀ ସ୍ଥାନରେ ଦେଖାଯିବେ।

Image result for panipat and bajirao mastani
ଅର୍ଜୁନ କପୁର ଓ ରଣବୀର ସିଂହ

‘ମୁଁ ବେଶଭୁଷାକୁ ଅଲଗା ଦେଖାଇବା ପାଇଁ କେବେହେଲେ ଇତିହାସ ବଦଳାଇଦେଇ ପାରିବି ନାହିଁ’ ବୋଲି କଷ୍ଟ୍ୟୁମ୍ ଡିଜାଇନର୍ ନୀତା ଲୁଲ୍ଲା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସଂଜୟଲୀଲା ଭଂସାଲିଙ୍କ ଫିଲ୍ମ ବାଜିରାଓ ମସ୍ତାନୀରେ ଅଞ୍ଜୁ ମୋଦି ଓ ମାକ୍ସିମା ବାସୁ କଷ୍ଟ୍ୟୁମ୍ ଡିଜାଇନ କରିଥିଲେ । ତେବେ ଫିଲ୍ମ ପାନୀପଥ୍ ୬ ଡିସେମ୍ବରରେ ରିଲିଜ୍ ହେଉଛି ।

 

  ')}

Leave a Reply