ଓଡ଼ିଶା ଆସୁଛନ୍ତି ପଙ୍ଗପାଳ ! ଗୋଲାପି କ୍ଷତିକାରକ, ହେଲେ ହଳଦିଆ ନୁହେଁ…

1 min read

ଭୁବନେଶ୍ୱର: ମାଡ଼ି ଆସୁଛନ୍ତି ପଙ୍ଗପାଳ । ଚାଷ ଓ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ! ନଷ୍ଟ ହୋଇଯିବ ଫସଲ ! ଓଡ଼ିଶାକୁ ଜୁନ୍‌ରେ ଆସିପାରନ୍ତି ପଙ୍ଗପାଳ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ବିହାର ଓ ଓଡ଼ିଶାକୁ ଜୁନ୍‌ରେ ଆସିପାରନ୍ତି ପଙ୍ଗପାଳ । ମୌସୁମୀ ବର୍ଷା ଆସିବା ପୂର୍ବରୁ ପାଙ୍ଗପାଳ ଓଡ଼ିଶା ଆସିବେ ଏବଂ ବର୍ଷା ଆସିଲେ ସେମାନେ ଚାଳିଯିବେ ।

ଶନିବାର ଏନେଇ ଏକ ଉଚ୍ଚସ୍ତରୀୟ ବୖଠକ ଅନୁଷ୍ଠିତ ହୋଇଥିଲା । ପଙ୍ଗପାଳଙ୍କଠାରୁ ଫସଲକୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଚାଷୀଙ୍କୁ ସଚେତନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଟିଭି ଓ ଅନ୍ୟାନ୍ୟ ମାଧ୍ୟମ ଦ୍ୱାରା ଚାଷୀଙ୍କୁ ସଚେତନ କରାଯିବ । ଖାଲି ସେତିକି ନୁହେଁ ପଙ୍ଗପାଳ ସାଧାରଣତଃ ଝିଣ୍ଟିକା ନୁହନ୍ତି ବୋଲି ମଧ୍ୟ ଚାଷୀଙ୍କୁ ସଚେତନ କରାଯିବ ।

ଏହା ସହ ଜିଲ୍ଲା ଓ ବ୍ଲକ ସ୍ତରରୁ ଦୈନିକ ରିପୋର୍ଟ ଅଣାଯିବ । ଏନେଇ କୃଷି ନିର୍ଦେଶକଙ୍କ ଅଧୀନରେ ଏକ କଂଟ୍ରୋଲ ରୁମ୍‌ ଖୋଲା ଯାଇଛି । ପର୍ଯ୍ୟାପ୍ତ ପରିମାଣର ଔଷଧ ଯଥା ମାଲାଥାଇଅନ୍ (Malathaion), କ୍ଲୋରୋପ୍ୟାରୀଫସ୍‌ (Chlorpyriphus), ଡେ଼ଲ୍ଟାମେଥ୍‌ନୀ ପାଇଁ ସରକାରଙ୍କୁ କୁହାଯାଇଛି । ବଡ଼ ସ୍ପ୍ରେୟର୍‌ ଓ ଟ୍ରାକ୍ଟର ପାଇଁ ମଧ୍ୟ କୁହାଯାଇଛି । ତେବେ  ପଙ୍ଗପାଳ ସହ ଲଢ଼େଇ ପାଇଁ ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ  ଗଠନ କରାଯିବ ।

ଅନ୍ୟପଟେ କୀଟ ତତ୍ୱବିତ କହିଛନ୍ତି ୬୦ ବର୍ଷ ତଳେ ପଙ୍ଗପାଳ ଆସିଥିଲେ । ଗୋଲାପି ରଙ୍ଗର ପଙ୍ଗପାଳ ହେଉଛନ୍ତି ଫସଲ ପାଇଁ କ୍ଷତିକାରକ । କିନ୍ତୁ ଯଦି ହଳଦିଆ ରଙ୍ଗର ପଙ୍ଗପାଳ ଆସନ୍ତି ତେବେ ଫସଲ ପାଇଁ କୌଣସି ବିପଦ ନାହିଁ ।

Leave a Reply