ନିଜକୁ ମୋଦିଙ୍କ ଭଉଣୀ କହି ଚର୍ଚ୍ଚାକୁ ଆସିଥିବା ବଲୁଚ ମାନବାଧିକାର କର୍ମୀ କରିମାଙ୍କ ହତ୍ୟା ପଛରେ ISI ?

1 min read

ଟରୋଣ୍ଟୋ: ମୋଦୀଙ୍କ ଉଭଣୀ ଭାବେ ପରିଚିତ ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ କାନାଡ଼ାରୁ ମୃତ ଦେହ ଉଦ୍ଧାର ହୋଇଛି। କରିମା ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ। ଟରୋଣ୍ଟୋର ଲେକସୋରଠାରେ ଥିବା ଗୋଟିଏ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୁଲିସ୍ ଏହାକୁ ଉଦ୍ଧାର କରିଛି। ସ୍ୱାମୀ ହମାଲ ହାଇଦର ଓ ଭାଇ ମୃଦଦେହ ଚିହ୍ନଟ କରିଛନ୍ତି।
କରିମାଙ୍କ ହତ୍ୟା କାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅନ୍ୟପଟେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପାକିସ୍ଥାନ ବଂଶୋଦ୍ଭବ ତାରେଖ ଫତହ ଏହା ପଛରେ ପାକିସ୍ତାନର ହାତ ଥିବା ଦାବି କରିଛନ୍ତି।
ବାଲୋଚିସ୍ତାନରେ ପାକିସ୍ତାନ ସେନା ଓ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ କରିମା ସଂଘର୍ଷ କରୁଥିବାରୁ ସର୍ବଦା ସେ ପାକ୍ ସରକାରଙ୍କ ଟାର୍ଗେଟରେ ରହୁଥିଲେ। ତେଣୁ ପାକିସ୍ତାନ ସରକାର ତାର ଗୁଇନ୍ଦା ସଂସ୍ଥାକୁ ଲଗାଇ କରିମାଙ୍କର ହତ୍ୟା କରିଛନ୍ତିବୋଲି କୁହାଯାଉଛି।

କରିମା ବଲୋଚ କିଏ?
• କରିମା ବଲୋଚ ଜଣେ ମାନବାଧିକାର କର୍ମୀ ଥିଲେ। ସେ ବଲୁଚିସ୍ତାନରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ସଂଘର୍ଷ କରୁଥିଲେ। ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ ସେ କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ। ତାଙ୍କୁ ବଲୁଚିସ୍ତାନର ଏକ ଶକ୍ତିଶାଳୀ ସ୍ୱର ଭାବରେ ବିବେଚନା କରାଯାଉଥିଲା।
• ୨୦୧୬ରେ ବିବିସି ତାଙ୍କୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ନାମିତ କରିଥିଲା। ସେ ପାକିସ୍ତାନରୁ ବାଲୁଚିସ୍ତାନର ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିଲେ। କରିମା ବାଲୁଚ ଛାତ୍ର ସଂଗଠନ – ‘ଆଜାଦ’ର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ।
• କାନାଡ଼ାରେ ଥିବାବେଳେ ସେ ସୋସିଆଲ ମିଡିଆରେ ବାଲୁଚିସ୍ତାନରେ ପାକିସ୍ତାନ ସରକାର ଏବଂ ସେନା ସଂଖ୍ୟାଲଘୁ ସମ୍ପ୍ରଦାୟ, ବାଲୁଚ ମହିଳାଙ୍କ ଉପରେ କରୁଥିବା ଅତ୍ୟାଚାର ବିରୁଦ୍ଧରେ ଲଗାତାର ଲେଖୁଥିଲେ।
• କରିମା ସ୍ୱିଜରଲ୍ୟାଣ୍ଡରେ ମିଳିତ ଜାତିସଂଘ ଅଧିବେଶନରେ ବାଲୁଚିସ୍ତାନରେ ଅତ୍ୟାଚାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ତାଙ୍କୁ ବାଲୁଚିସ୍ତାନର ସବୁଠାରୁ ଶକ୍ତିଶାଳୀ ମହିଳା କାର୍ଯ୍ୟକର୍ତ୍ତା ଭାବରେ ବିବେଚନା କରାଯାଉଥିଲା।
କରିମାଙ୍କୁ ମୋଦିଙ୍କ ଭଉଣୀ କାହିଁକି କୁହାଯାଏ?
୨୦୧୬ ରକ୍ଷାବନ୍ଧନରେ କରିମା ବାଲୁଚ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଭାଇ ବୋଲି ଡାକି ବାଲୁଚି ଲୋକଙ୍କ ସ୍ୱର ହେବାକୁ ନିବେଦନ କରିଥିଲେ। ଏହି ପୋଷ୍ଟ ପରେ ସେ ଭାରତୀୟ ଗଣମାଧ୍ୟମରେ ହେଡଲାଇନରେ ରହିଥିଲେ ଓ ମୋଦିଙ୍କ ଭଉଣୀ ଭାବେ ପରିଚିତ ହୋଇଥିଲେ। ଏହି ପୋଷ୍ଟ ପରେ ପାକିସ୍ତାନ କରିମାଙ୍କ ସମେତ ତିନିଜଣ ବାଲୁଚ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ସମସ୍ତଙ୍କ ବିରୁଦ୍ଧରେ ପାକିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିବା ଏବଂ ପାକିସ୍ତାନୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Leave a Reply