ବିସ୍କୁଟ୍‌ ବିଜ୍ଞାପନକୁ ନେଇ ପାକିସ୍ତାନରେ ଝଡ଼, କହିଲେ ବନ୍ଦ କର ! ହେଲେ କାହିଁକି ?

1 min read
Mahabis Hayat

ଇସ୍‌ଲାମ୍‌ବାଦ: ପାକିସ୍ତାନରେ ଏକ ବିସ୍କୁଟ୍‌ ବିଜ୍ଞାପନକୁ ନେଇ ଅନେକ ବାଦ ବିବାଦ ଦେଖାଯାଇଛି । ବିଜ୍ଞାପନରେ ଅଭିନୟକ କରୁଥିବା ମଡେଲଙ୍କ ନୃତ୍ୟକୁ ମୁଜ୍‌ରା ବୋଲି କୁହାଯାଇଛି । ଏଥିରେ ଅନେକ ଅଶ୍ଲିଳତା ରହିଛି । ତେଣୁ ଏହାକୁ ବିରୋଧ କରାଯାଉଛି । ତେବେ କିଛି ଗୋଷ୍ଠି ଏହି ବିଜ୍ଞାପନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଗୋଷ୍ଠି ଏହାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଖାଲି ସେତିକି ନୁହେଁ ପାକିସ୍ତାନର ଇମ୍ରାନ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଗୋଷ୍ଠି । ତେବେ ଏହି ବିଜ୍ଞାପନକୁ ସମର୍ଥନ ଜଣାଉଥିବା ଗୋଷ୍ଠି କହିଛନ୍ତି, ଏହା ନାରୀମାନଙ୍କ ସ୍ୱାଧିନତା ।

Mahabis Hayat

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା-ମନ୍ତ୍ରୀ ପର୍ଯ୍ୟନ୍ତ ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି । ଏହି ବିଜ୍ଞାପନରେ ଅଶ୍ଲିଳତା ଭରି ରହିଛି, ତେଣୁ ଏହାକୁ ବ୍ୟାନ୍‌ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ପାକିସ୍ତାନର ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟରୀ ଅଥରିଟି ପକ୍ଷରୁ ଏହି ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ସେମାନେ ଦାବି କରିଥିଲେ । ଯେଉଁଥିପାଇଁ ବିଭାଗ ପକ୍ଷରୁ ବୟାନ୍‌ ଜାରି କରାଯାଇଛି ।

Mahabis Hayat

ବିଜ୍ଞାପନ କମ୍ପାନୀ ଓ ବିଜ୍ଞାପନ ଏଜେନ୍ସିକୁ ବିଜ୍ଞାପନର ବିଷୟବସ୍ତୁ ଉପରେ ବିଚାର କରିବାକୁ ପେମରା ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଯେଉଁ ବିଜ୍ଞାପନକୁ ଦେଇ ସେଠରେ ଏଭଳି ବିବାଦ ଉପୁଜିଛି, ସେଥିରେ ପାକିସ୍ତାନୀ ଅଭିନେତ୍ରୀ ମହାବିଶ ହୟାତ୍‌, ପାକିସ୍ତାନର ପାରମ୍ପରିକ ପୋଷାକ ପିନ୍ଧିଥିବା ନଜିର ରହିଛି । ଆଉ ଭିଡିଓରେ ସେହି ବିସ୍କୁଟକୁ ଦେଶର ବିସ୍କୁଟ ବୋଲି କୁହାଯାଇଛି ।

Mahabis Hayat

ବିଜ୍ଞାପନରେ, ଅନ୍ୟ କଳାକାରମାନେ ଅଭିନେତ୍ରୀଙ୍କ ସହିତ ନାଚ, ଗୀତ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ନେଇ ଏବେ କଥା କଟାକଟି ଆରମ୍ଭ ହୋଇଛି । ଜଣେ ୟୁଜର୍ସ ଏହାକୁ ମୁଜ୍‌ରା ବୋଲି କହିବା ସହ ପାକିସ୍ତାନରେ ପେମାରା ନାମକ କୌଣସି ସଂସ୍ଥା ଅଛି କି ନାହିଁ ?

Mahabis Hayat

ଏହାର ବିଜ୍ଞାପନକୁ ସମର୍ଥନ କରୁଥିବା ଜଣେ ମହିଳା ଲେଖିଛନ୍ତି ଯେ, ଏହି ସମାଜ ମହିଳାମାନଙ୍କୁ ହସିବା, ନାଚିବା, ଗାଇବା ଏବଂ ଖୁସି ହେଉଥିବା ଘୃଣା କରେ । ଏହି ସମାଜକୁ କେବଳ ଡରୁଥିବା ଏବଂ ଘର କଣରେ ବସି କାନ୍ଦୁଥିବା ମହିଳା ପସନ୍ଦ ।

Leave a Reply