ପିଓକେ ଖାଲି କରିବାକୁ କହିଥିଲା ଭାରତ, ଏବେ ପାଣିପାଗ ରିପୋର୍ଟ ପ୍ରକାଶ ପରେ ଚିନ୍ତାରେ ପାକିସ୍ତାନ !

1 min read

ଇସ୍‌ଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ)ର ମିରପୁର, ମୁଜାଫର୍‌ବାଦ୍‌ ଏବଂ ଗିଲ୍‌ଗିଟ୍‌ର ପାଣିପାଗ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଥିଲା ଭାରତ । କିନ୍ତୁ ଏହାକୁ ଅସ୍ୱୀକାର କରିଛି ପାକିସ୍ତାନ । ପକିସ୍ତାନ କହିବାନୁଯାୟୀ ଏହା କୌଣସି ପ୍ରକାର ସରକାରୀ ତଥ୍ୟ ନୂହେଁ ।

ସରକାରୀ ପ୍ରସାରଣକାରୀ ଦୁରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଶୁକ୍ରବାର ଠାରୁ ପ୍ରାଇମ୍ ଟାଇମ୍ ନ୍ୟୁଜ୍ ବୁଲେଟିନ୍‌ରେ ପିଓକେ ଅଧିକୃତ ଏହି ଅଞ୍ଚଳର ପାଣିପାଗ ବିଷୟରେ ରିପୋର୍ଟ ଦେବା ଆରମ୍ଭ କରିଛି ।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଗତ ବର୍ଷ ଭାରତ ଦ୍ୱାରା ପ୍ରକାଶିତ ରାଜନୈତିକ ମାନଚିତ୍ର ପରି ଏହି ପଦକ୍ଷେପ ମଧ୍ୟ ଆଇନଗତ ଭାବେ ଅର୍ଥହୀନ ।

କିଛି ଦିନ ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ ପିଓକେ ଖାଲି କରିବାକୁ କୁହାଯାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗିଲଗିଟ-ବାଲ୍‌ଟିସ୍ତାନ ଏବଂ ଲଦାଖ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳଗୁଡ଼ିକୁ ଏହାର ବେଆଇନ ଦଖଲରୁ ମୁକ୍ତ କରିବା ଉଚିତ୍ ।

ଗିଲ୍‌ଗିଟ୍‌-ବାଲିଟିସ୍ତାନ୍‌ରେ ସାଧାରଣ ନିର୍ବାଚନ କରିବାକୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇସଲାମାବାଦ ନିକଟରେ ଭାରତ ପକ୍ଷରୁ ଏକ ଦୃଢ଼ ଆପତ୍ତି ଉଠାଯାଇଛି । ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ପାକିସ୍ତାନକୁ କୁହାଯାଇଛି ଯେ ଗିଲ୍‌ଗିଟ୍‌-ବାଲିଟିସ୍ତାନ୍‌ ସମେତ ସମଗ୍ର ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳକୁ ବେଆଇନ ଦଖଲରୁ ମୁକ୍ତ କରିବା ଉଚିତ୍‌ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସମ୍ପୂର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖ ମଧ୍ୟରେ ଗିଲ୍‌ଗିଟ୍‌ -ବାଲିଟିସ୍ତାନ୍‌ରେ ଅନ୍ତର୍ଭୁକ୍ତ । ଏହା ପୁଣି ସମ୍ପୂର୍ଣ୍ଣ ଆଇନଗତ ଏବଂ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।

Leave a Reply