ପାକିସ୍ତାନକୁ ଆଫଗାନିସ୍ତାନର ଧମକ, ବ୍ୟବହାର ନଶିଖିଲେ ପରିଣାମ ଖରାପ ହେବ କହିଲେ ପୂର୍ବତନ ରାଷ୍ଟ୍ରପତି

1 min read

କାବୁଲ: ପାକିସ୍ତାନ ପାଇଁ ଘନଉଛି ବିପଦ । ପଡ଼ୋଶୀ ଦେଶ ସହ ଶତ୍ରୁତାରେ ସଉକ ରଖୁଥିବା ପାକିସ୍ତାନକୁ ଏବେ ଖୋଲା ଧମକ ଦେଇଛି ଆଫଗାନିସ୍ତାନ । ପାକିସ୍ତାନୀ ସେନା ଗୁଳିରେ ୨୨ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ପରେ ଦେଶର ରାଷ୍ଟ୍ରପତି ହମିଦ କରଜାଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ପାକିସ୍ତାନ ଉତ୍ତୟ ବ୍ୟବହାର ଶିଖିଯିବା ଉଚିତ୍ ନତେଚ୍ ବନ୍ଧୁତା ବଦଳରେ ଆଗାମୀ ଦିନର ପରିଣାମ ବହୁତ ଖରାପ ହବ ବୋଲି ସେ ଚେତାବନୀ ଦେଇଛନ୍ତି । ପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇବା ପଛରେ ପାକିସ୍ତାନୀ ସେନା ଥିବା ସେ ଅଭିଯୋଗ କରିଥିଲେ ।

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି କିଛି ମାସ ଆଗରୁ ଅଭିଯୋଗ କରିଥିଲେ- ପାକିସ୍ତାନ ପ୍ରୋତ୍ସାହନରେ ଆଫଗାନିସ୍ତାନରେ ଅଧିକାଂଶ ଆତଙ୍କବାଦୀ ଆକ୍ରମଣ ହେଉଛି । ଏପିରିକି ହମିଦ କରଜାଇଙ୍କ ଏହି ମନ୍ତବ୍ୟକୁ ସେତେବେଳେ ଆଫଗାନିସ୍ତାନ ଆଇନ୍ ମନ୍ତ୍ରୀ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ଶୁକ୍ରବାର ସୀମାରେ ପାକିସ୍ତାନ କରିଥିବା ଫାୟାରିଂରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । କରଜାଇ ଏହି ଘଟଣା ପରେ ଦୁଇ ଦେଶରେ ସମ୍ପର୍କର ବହୁତ ଖରାପ ହେଉଥିବା କହିଛନ୍ତି । ସେ ପାକିସ୍ତାନକୁ ଧମକ ଦେଇ କହିଛନ୍ତି- ପଡ଼ୋଶୀ ବିଶେଷ କରି ଆଫଗାନିସ୍ତାନ ସହ ସମ୍ପର୍କରେ ସୁଧାର ଆଣ । ନଚେତ୍ ପରେ ଭୋଗିବ ।

ଥମୁନି ଆତଙ୍କବାଦ

ଆଫଗାନିସ୍ତାନର ଜଳାଲାବାଦ ଜେଲରେ ରବିବାର ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୨ଟି ବିସ୍ଫୋରଣ ହୋଇଥିବା ବେଳେ ଗାଡ଼ିରେ ଥିବା ଆତ୍ମଘାତୀ ନିଜକୁ ଉଡ଼ାଇ ଦେଇଛି । ଏହା ପରେ ଜେଲ୍ ଭିତରେ ଫାୟାରିଂ ମଧ୍ୟ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ସୂଚନା ଅନୁସାରେ ନଙ୍ଗରହାର ପ୍ରାନ୍ତରେ ଥିବା ଜଳାଲାବାଦ ଜେଲର ପ୍ରବେଶ ପଥ ପିଡି-୪ରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆତଙ୍କବାଦୀ ଜେଲର ଛାତ ଉପରକୁ ମଧ୍ୟ ଚଢ଼ି ଯାଇଥିଲେ । ତେବେ ତାଲିବାନ ଏହି ଆକ୍ରମଣ କରିନଥିବା କହିଛି । ଗତ ମେ ୧୨ରେ ଆତ୍ମଘାତୀ ବିସ୍ଫୋରଣରେ ୩୨ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Leave a Reply